Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୧୨ ଘଣ୍ଟା ହେଲା ଜଳୁଛି ମୁମ୍ବାଇ ମଲ୍, ନିଆଁ ଲିଭାଇବାରେ ଲାଗିଛି ୫୦ ଦମକଳ, ପାଖ ବିଲଡିଂରୁ ୩୫ ଶହ ଲୋକଙ୍କୁ ସ୍ଥାନାନ୍ତର

23/10/2020 at 4:10 PM

ମୁମ୍ବାଇ ୨୩/୧୦: ମୁମ୍ବାଇର ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ମୁମ୍ବାଇ ଦମକାଳ ବାହିନୀ ଗତ ୧୨ ଘଣ୍ଟାରୁ ଲାଗିଛନ୍ତି । ତେବେ ମଲ ନିକଟରେ ଥିବା ଏକ କୋଠାରୁ  ୩ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁମ୍ବାଇ ସେଣ୍ଟ୍ରାଲ ଇଲାକାରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ୮ଟା ୫୦ ମିନିଟରେ ନିଆଁ ଲାଗିଥିଲା। ଏହା ସହ ମଲରେ ଥିବା ୩୦୦ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି।

ଦମକଳର ୨୪ ଇଞ୍ଜିନ ଓ ୧୬ଟି ବଡ଼ ଟ୍ୟାଙ୍କର ସମେତ ସମୁଦାୟ ୫୦ ଗାଡି ନିଆଁକୁ କାବୁ କରିବାରେ ଲାଗିଥିଲେ। ଏହା ବାଦ୍ ୨୫୦ରୁ ଅଧିକ ଓ ଦମକଳକର୍ମୀ ମୁତୟନ ହୋଇଥିଲେ। ନିଆଁ ଲିଭାଇବା ସମୟରେ ଦୁଇ ଜଣ ଦମକଳ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ହସପିଟାଲରେ ଭର୍ତି କରାଯାଇଛି। ନିଆଁ ମଲର ଦ୍ବିତୀୟ ମହଲାରେ ଥିବା ଏକ ମୋବାଇଲ ଦୋକାନରେ ଲାଗିଥିଲା। ଏ ମଲରେ ଅଧିକାଂଶ ମୋବାଇଲ ଦୋକାନ ରହିଛି।

ମଲ୍‌ରେ ନିଆଁ ଲାଗିବାମାତ୍ରେ ସେଠାରୁ ୩୦୦ ଲୋକଙ୍କୁ ବାହାରକୁ ଅଣାଯାଇ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ନିଆଁ ରାତି ୧୦ଟା ୪୫ ମିନିଟରେ ତୃତୀୟ ମହଲାକୁ ବ୍ୟାପିଯାଇ ପୁଣି ତୃତୀୟ ମହଲାରେ ପହଞ୍ଚିଥିଲା। ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଏହି ଘଟଣା ପୂର୍ବରୁ ମୁମ୍ବାଇ କୁର୍ଲାରେ ଥିବା ଏକ କପଡ଼ା ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା।

   Related Posts