ମୁମ୍ବାଇରେ ବସ୍ ଅପରେଟର କର୍ମଚାରୀଙ୍କୁ କଏନରେ ଦେଉଛନ୍ତି ଦରମା! ବଢୁଛି ଅସନ୍ତୋଷ

Published By : Prameya-News7 Bureau | April 03, 2021 IST

ମୁମ୍ବାଇ ୩।୪: କର୍ମଚାରୀଙ୍କୁ କଏନରେ ବେତନ ପୈଠକୁ ନେଇ ବ୍ୟାପିଲା ଅସନ୍ତୋଷ। ବୃହନ୍ମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଇ (ବିଇଏସ୍‌) ଓ ଏହାଙ୍କ ପରିବହନ ସଂସ୍ଥା ‘ବେଷ୍ଟ’ ଗତ କିଛି ମାସ ହେଲା କର୍ମଚାରୀଙ୍କୁ ଦେଉଥିବା ମାସିକ ବେତନର ଏକ ବଡ଼ ଭାଗ କଏନରେ ପୈଠ କରୁଛନ୍ତି। ଯାହା ଏବେ ଅବାଞ୍ଛିତ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ସଂସ୍ଥାରେ ପ୍ରାୟ ୪୦ ହଜାର କର୍ମଚାରୀ କାର୍ଯ୍ୟ କରନ୍ତି। ଏତେ ସଂଖ୍ୟକ କର୍ମଚାରୀ କଏନରେ ବତନ ନେବାକୁ ଏବେ ଅମଙ୍ଗ ହେଉଛନ୍ତି।

ଏହି ବିଦ୍ୟୁତ ଓ ପରିବହନ ଉପକ୍ରମ ମୁମ୍ବାଇ ମହାନଗରରେ ପ୍ରାୟ ୪ ହଜାର ବସ୍‌ ଚଳାଇଥିବା ବେଳେ ସଂସ୍ଥାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟୁତ ଗ୍ରାହକ ଅଛନ୍ତି। ଦୈନିକ ପରିବହନ ଲାଗି ଲୋକେ ବସ୍‌ରେ ଦେଉଥିବା ଭଡ଼ା ବାବଦ ଦେୟ ପ୍ରାୟ କଏନରେ ପୈଠ କରିଥାନ୍ତି। ସେହିପରି ବିଦ୍ୟୁତ ଦେୟରେ ବି ଖୁଚୁରା ପୈଠ କରୁଛନ୍ତି। ଏଣୁ ସଂଗୃହୀତ ନଗଦ କଏନ ଏବେ କର୍ମଚାରୀଙ୍କୁ ବେତନରେ ପୈଠ କରାଯିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

{"id":432609,"sizeSlug":"large","linkDestination":"none"}

ତେବେ ପୂର୍ବରୁ ପରିବହନ କ୍ଷେତ୍ରର କର୍ମଚାରୀ ସେମାନଙ୍କ ବେତନବାବଦରେ କିଛି କଏନ୍‌ ନେବା ପ୍ରଚଳିତ ଥିଲା। ହେଲେ ଏବେ ପୁରା ବେତନ କଏନରେ ନେବାକୁ କର୍ମଚାରୀଙ୍କୁ ବାଧ୍ୟ କରାଯାଉଛି। ପୂର୍ବରୁ ବେଷ୍ଟର ୧୦୦ରୁ ୧୫୦ଟି ସଂଗ୍ରହ ପଏଣ୍ଟରୁ ଏକ ଘରୋଇ ବ୍ୟାଙ୍କ ମୁଦ୍ରା ସଂଗ୍ରକ କରିନେଉଥିଲା। ହେଲେ ବ୍ୟାଙ୍କ ସହ କଣ୍ଟ୍ରାକ୍ଟ ସମାପ୍ତ ହେବା ପରେ ଅନ୍ୟ ବ୍ୟାଙ୍କମାନେ କଏନ୍‌ ନେବାକୁ ରାଜି ହେଉନଥିବା  ‘ବେଷ୍ଟ’ର ଜନୈକ ସଦସ୍ୟ ସୁନୀଲ ଗଣାଚାର୍ଯ୍ୟ କହିଛନ୍ତି।

ଜନୈକ ବେଷ୍ଟ କଣ୍ଡକ୍ଟରଙ୍କ ଅନୁସାରେ ଆମେ ଦୋକାନୀ ଓ ଯାତ୍ରୀଙ୍କ ସହ ପ୍ରାୟତଃ ମୁଦ୍ରା ବିନିମୟ କରିଦେଇଥାଉ। ବଳକା ତହବିଲରେ ଜମା କରିଦେଉ। ତେବେ ଏହି ବଳକା ମୁଦ୍ରା ଏବେ ଚଳାଇବା କାଠିକର ପାଠ ହୋଇପଡିଛି। ଯାହାକୁ ସଂସ୍ଥା କର୍ମଚାରୀଙ୍କ ବେତନରେ ମିସାଇ ଦେଇଛି। ପୂର୍ବରୁ ବେତନରେ ୧ହଜାର ଟଙ୍କା ପର୍ଯ୍ୟନ୍ତ କଏନ କର୍ମଚାରୀ ବେତନରେ ନେଉଥିଲେ। ଜଣେ କର୍ମଚାରୀଙ୍କ ଅନୁସାରେ ଶେଷ ବେତନରେ ସେ ୧୧ ହଜାର ଟଙ୍କାର କଏନ ଘରକୁ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.