Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣାରେ କ୍ଷତିପୂରଣ ଘୋଷଣା କଲେ ମୋଦି: ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ଟଙ୍କା କ୍ଷତିପୂରଣ

10/06/2021 at 4:08 PM

ମୁମ୍ବାଇ ୧୦/୦୬ : ମୁମ୍ବାଇ ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ଗତ ରାତିରେ କୋଠା ଭୁଶୁଡି ପଡିବାରୁ ୮ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ (PMNRF) ରୁ ଦିଆଯିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପିଏମଓ ଟ୍ୱିଟ କରି ସୂଚନା ଦେଇଛି ।

ମୁମ୍ବାଇରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ପଶ୍ଚିମ ମଲାଡ଼ର ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ରାତି ପ୍ରାୟ ୧୧ଟା ସମୟରେ ଏକ କୋଠା ଭୁଶୁଡି ପଡିଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଗୋଟିଏ ପରିବାରର ଥିଲେ । ଅତିରିକ୍ତ ସିପି ଦିଲୀପ ସାୱନ୍ତ କହିଛନ୍ତି ଯେ ରାତି ରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମହାନଗରପାଳିକା ଓ ଦମକଳ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଆଉ କିଛି ଲୋକ ମଧ୍ୟ ଭଙ୍ଗ କୋଠା ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଖୋଜାଖୋଜି ଜାରି ରହିଛି ।

ଘଟଣାକୁ ନେଇ ସଂଯୁକ୍ତ ସିପି (ଆଇନ ଓ ବ୍ୟବସ୍ଥା) ବିଶ୍ୱାସ ନାଙ୍ଗରେ କହିଛନ୍ତି ଯେ ମୁମ୍ବାଇ ପୋଲିସ କୋଠା ମାଲିକ ଓ ଠିକାଦାରଙ୍କ ବିରୋଧରେ ଆଇପିସି ଧାରା ୩୦୪(2)ରେ ମାମଲା ରୁଜ୍ଜୁ କରିବ । କିଛି ଦିନ ପୁରାରୁ ଆସିଥିବା ବାତ୍ୟା ତାଉତେ ରେ କୋଠାରେ କିଛି ମରାମତି କାମ କରିଥିଲେ ।

ଘଟଣା ପରେ ବିଜେପି ଲଗାତାର ଶିବସେନାକୁ ଟାର୍ଗେଟ କରୁଛି । ବିଜେପିର ବରିଷ୍ଠ ନେତା ରାମ କଦମ ଟ୍ୱିଟ କରି କହିଛନ୍ତି ଯେ ଶିବସେନା ଶାସିତ ବିଏମସିର ଦାୟିତ୍ବହୀନତା ଯୋଗୁଁ ଦୁର୍ଘଟଣା ଘଟିଛି । ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ସେ କହିଛନ୍ତି ।

   Related Posts