ମୁମ୍ବାଇ ପୋଲ ଦୁର୍ଘଟଣାକୁ ନେଇ ବିଜେପି ମହିଳା ନେତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ୍ : ଚାଲି ଚାଲି ଯାଉଥିବା ଲୋକଙ୍କୁ କଲେ ଦାୟୀ

Published By : Prameya-News7 Bureau | March 16, 2019 IST

ମୁମ୍ବାଇର ସିଏସଟି ରେଲଓ୍ବେ​ ଷ୍ଟେସନ ପାଖରେ ଫୁଟଓଭର ବ୍ରିଜ୍ ଖସିଯିବାକୁ ନେଇ ଭାଜପାର ଜଣେ ମହିଳା ନେତ୍ରୀ ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିର୍ବୋଧ ବୟାନ ଦେଇଛନ୍ତି। ବିଜେପି ନେତ୍ରୀ ସଞ୍ଜୁ ବର୍ମା ଏଥିପାଇଁ ଚାଲି ଚାଲି ଯାଉଥିବା ଲୋକଙ୍କୁ ଦାୟୀ କରିଛନ୍ତି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୧ଜଣ ଆହତ ହୋଇଛନ୍ତି।

{"id":94054,"width":592,"height":444}

ବିଜେପି ନେତ୍ରୀ ସଞ୍ଜୁ ବର୍ମା ଟିଭି ଚ୍ୟାନେଲ୍ ଟାଇମ୍ସ ନାଓର ଏକ ଶୋ​‌ରେ ଏହାକୁ ଏକ ପ୍ରାକୃତିକ ବିପଦ କହିଛନ୍ତି। ଏହା ପରେ କହିଥିଲେ ଯେ ପୋଲ ଭାଙ୍ଗିଯିବା ଘଟଣା ସହ ସରକାରଙ୍କ କୈାଣସି ସମ୍ପର୍କ ନାହିଁ। ବରଂ ଚାଲି ଚାଲି ଯାଉଥିବା ଲୋକେ ଏଥିପାଇଁ ଦାୟୀ ଅଟନ୍ତି। ବିଜେପି ନେତ୍ରୀ ସଞ୍ଜୁ ବର୍ମାଙ୍କ ଏପରି ଚାଞ୍ଚଲ୍ୟକର ବୟାନ ପରେ ତାଙ୍କୁ ସବୁଠି ସମାଲୋଚନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.