ଚଳନ୍ତା ଟ୍ରେନରେ ଚଢିବାବେଳେ ଖସିଗଲା ଯୁବକଙ୍କ ଗୋଡ; ସାଙ୍ଗର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ଜୀବନ

Published By : Prameya-News7 Bureau | December 27, 2018 IST

ମୁମ୍ବାଇ ୨୭/୧୨ : ଚଳନ୍ତା ଟ୍ରେନରେ ଚଢିବା ପାଇଁ ଉଦ୍ୟମ କରୁଥିବାବେଳେ ଖସିଗଲେ ଯୁବକ | ଯୁବକ ଖସିଯାଇ ଟ୍ରେନ ଏବଂ ପ୍ଲାଟଫର୍ମ ଫାଙ୍କରେ ଫସି ରହିଗଲେ | ତେବେ ଯୁବକଙ୍କ କିଛି ହୋଇନଥିବା ଜଣାପଡିଛି | ସେ ସମ୍ପୂର୍ଣ ଠିକ ଅଛନ୍ତି | ଟ୍ରେନ ଏବଂ ପ୍ଲାଟଫର୍ମ ଫାଙ୍କରେ ପଡିଯିବା ପରେ ଯୁବକଙ୍କ ସାଙ୍ଗ ତାଙ୍କ ହାତ ଧରି ରଖିଥିଲେ | ଯାହାଫଳରେ ଯୁବକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ | ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

{"id":67643}

ଘଟଣା ଘଟିଛି ମୁମ୍ବାଇ ଅନ୍ତର୍ଗତ ଖପୋଲି ଷ୍ଟେସନରେ | ସୋମବାର ଦିନ ଖପୋଲି ଷ୍ଟେସନରେ ଅମିତ ନାମକ ଜଣେ ଯୁବକ ନିଜର ୫ଜଣ ସାଙ୍ଗଙ୍କ ସହ ଚଳନ୍ତା ଲୋକାଲ ଟ୍ରେନରେ ଚଢ଼ୁଥିଲେ | ଚଢ଼ୁଥିବାବେଳେ ହଠାତ ଅମିତଙ୍କ ଗୋଡ ଖସିଯାଇଥିଲା ଏବଂ ସେ ଟ୍ରେନ ଏବଂ ପ୍ଲାଟଫର୍ମ ଫାଙ୍କରେ ପଡିଯାଇଥିଲେ | ସେ ପଡିଯିବା କ୍ଷଣି ତାଙ୍କର ଜଣେ ସାଙ୍ଗ ତାଙ୍କ ହାତକୁ ଭିଡି ଧରିଥିଲେ | ଅମିତଙ୍କ ହାତ ତାଙ୍କ ସାଙ୍ଗ ଭିଡି ଧରିବା ସହ ନିଜ ଆଡକୁ ଟାଣି ଧରିଥିଲେ ଯାହାଫଳରେ ଟ୍ରେନ ଅମିତଙ୍କୁ ଛୁଇଁ ଚାଲିଯାଇଥିଲା ପଛେ କିନ୍ତୁ ଅମିତଙ୍କର କୌଣସି କ୍ଷତି ହୋଇନଥିଲେ | ପ୍ରାୟ ୪୪ ସେକେଣ୍ଡ ପରେ ଟ୍ରେନ ଚାଲିଯାଇଥିଲା ଏବଂ ଅମିତ ସକୁଶଳ ବଞ୍ଚିଯାଇଥିଲେ |

ତେବେ ଅମିତଙ୍କୁ ତାଙ୍କ ସାଙ୍ଗ ବଞ୍ଚାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି| ଏହାକୁ ଲୋକେ ଚମତ୍କାର ବୋଲି କହୁଛନ୍ତି| ଭିଡିଓ ଦେଖି ସମସ୍ତେ ଅମିତଙ୍କ ସାଙ୍ଗଙ୍କୁ ବହୁତ ପ୍ରଶଂସା କରୁଛନ୍ତି| କାରଣ ତାଙ୍କର ଉପସ୍ଥିତି ବୁଦ୍ଧି ଯୋଗୁଁ ଅମିତ ବଂଚିଯାଇଥିଲେ|   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.