Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭିଲାଇରେ ଗଣଦୁଷ୍କର୍ମର ଶିକାର ହେଲେ ମୁମ୍ବାଇ ଡ୍ୟାନ୍ସର

6/12/2019 at 1:46 PM

ଭିଲାଇ ୬।୧୨: ହାଇଦ୍ରାବାଦରେ ଭେଟେରିନାରି ଡାକ୍ତରଙ୍କ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଛତିଶଗଡ ଭିଲାଇରେ ଆଉ ଏକ ଦୁଷ୍କର୍ମ ଘଟଣା ଘଟିଛି । ମୁମ୍ବାଇର ଜଣେ ଡ୍ୟାନ୍ସରଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କିଛି ବନ୍ଧୁଙ୍କ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିବା ପରେ ଯୁବତୀଙ୍କଠାରୁ ୫୦ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଥିବା ବେଳେ ଟ୍ୟାକ୍ସିରେ ରାୟପୁର ପଠାଇଦେଇଥିଲେ ।

ଯୁବତୀ ଜଣଙ୍କ ଆଜାଦ ଚୌକ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଇଭେଣ୍ଟ ମ୍ୟାନେଜର ସୋନୁ, ତାଙ୍କ ବନ୍ଧୁ କବିର, ରାଜ୍ ଏବଂ କମଳେଶଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି ।

ପୋଲିସର ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ୨୨ ବର୍ଷ ବୟସ୍କା ଡ୍ୟାନ୍ସରଙ୍କୁ ଇଭେଣ୍ଟ ମ୍ୟାନେଜର ସୋନୁ ତାଙ୍କୁ ଡକାଇଥିଲା । ସୁପେଲା ସ୍ଥିତ ଏକ ହୋଟେଲରେ ଯୁବତୀ ଜଣଙ୍କ ରହିଥିଲେ । ମ୍ୟାନେଜରଙ୍କ କହିବା ଅନୁଯାୟୀ ଚାରି ଦିନ ଧରି ଇଭେଣ୍ଟରେ ଡ୍ୟାନ୍ସ କରିଥିଲେ । ବୁଧବାର ଦିନ ମ୍ୟାନେଜର ତାଙ୍କୁ ଫୋନ୍ କରି କହିଥିଲେ ଯେ, ରାୟପୁରରେ ଇଭେଣ୍ଟ ଅଛି ସେଠାକୁ ଯିବାକୁ ପଡିବ । ତେବେ ମ୍ୟାନେଜରଙ୍କ ସାଙ୍ଗ ଏକ ଟ୍ୟାକ୍ସି ନେଇ ଆସିଥିଲେ । ତାପରେ ସମସ୍ତେ ରାୟପୁର ଅଭିମୁଖେ ବାହାରି ଯାଇଥିଲେ । ରାସ୍ତାରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି ।

   Related Posts