Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉର ରେହମାନ ଲଖଭିକୁ ୧୫ ବର୍ଷ ଜେଲ୍ ଦଣ୍ଡ

8/01/2021 at 3:55 PM

ଇସଲାମାବାଦ ୦୮।୦୧: ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ମୁଖ୍ୟ ଜକି-ଉର-ରେହମାନ ଲଖଭିଙ୍କୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛି। ଲଖଭି ଉପରେ ଜରିମାନା ମଧ୍ୟ ଲଗାଯାଇଛି। ଲାହୋରର ଏହି ଅଦାଲତ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଫଣ୍ଡି କରିବା ଅପରାଧରେ ଏହି ଦଣ୍ଡାଦେଶ ଶୁଣାଇଛି। କୁହାଯାଉଛି ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ସରକାର ଚାପରେ ପଡି ଲଖଭିକୁ ସଜା ଦେଇଛି। ଏ ହେଉଛି ସେହି ଲଖଭି ଯାହାକୁ କାନ୍ଧାରରେ ଭାରତୀୟ ବିମାନ ଅପହରଣ ପରେ ଜେଲ୍‌ରୁ ଛଡା ଯାଇଥିଲା।

ଏହା ପୂର୍ବରୁ ପାକିସ୍ତାନ ସରକାର ଶନିବାର ଆତଙ୍କବାଦୀ ଗତିବିଧି ପାଇଁ ଅର୍ଥ ଯୋଗାଇବା ଅଭିଯୋଗରେ ଲସ୍କର ମୁଖ୍ୟ ଲଖଭିକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଜକିଉର ରେହମାନ ଲଖଭିକୁ ମିଳିତ ଜାତିସଂଘ ଦ୍ଵାରା ଆତଙ୍କବାଦୀ ଘୋଷିତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ସେ ଗିରଫଦାରୀରୁ ଦୂରରେ ଥିଲା। ମାତ୍ର ନିକଟରେ ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ତା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜେଲ୍‌ରେ ଭର୍ତ୍ତି କରିଛି।

୨୦୦୮ ମୁମ୍ବାଇ ଆକ୍ରମଣ ମାମଲାରେ ହାଫିଜ ସଇଦ ସହିତ ଜକିଉର ରେହମାନ ଲଖଭି ମଧ୍ୟ ଅଭିଯୁକ୍ତ ରହିଛି। ଏହି ମାମଲାରେ ମଧ୍ୟ ତାକୁ ଜେଲ୍ ହୋଇଥିଲା, ହେଲେ ୨୦୧୫ରେ ସେ ଜାମିନରେ  ଜେଲରୁ ମୁକୁଳିଥିଲା। ଗତ ଦିନରେ ହୋଇଥିବା ଗିରଫଦାରୀରେ ଆମେରିକା ମଧ୍ୟ ସନ୍ତୋଷ ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ଜାନୁଆରୀ-ଫେବୃଆରୀରେ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକ ହେବାକୁ ଯାଉଛି। ଏହି ସଂସ୍ଥା ଦେଶଗୁଡିକୁ ଆତଙ୍କବାଦୀ ବିରୋଧରେ ଲଢେଇ ପାଇଁ ଅର୍ଥ ଯୋଗାଇ ଦେଇଥାଏ। ତେବେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିିଛି।

   Related Posts