Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଚିନ୍ତା ବଢାଇଛି ମୁମ୍ବାଇ ଓ କୋଲକାତା: Lockdownର ହୋଇପାରେ ସ୍ୱତନ୍ତ୍ର ରଣନୀତି, ଏବେ ଭାରତ ନେଇ WHO ଆଶ୍ୱସ୍ତ

24/04/2020 at 7:03 PM

ନୂଆଦିଲ୍ଲୀ ୨୪।୪:  ଦେଶରେ ଜାରି ଦ୍ୱିତୀୟ କରୋନା ଲକଡାଉନ୍‌ ହଟାଇବାକୁ ଏବେ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ସରକାର। ପ୍ରଥମ ଲକଡାଉନ୍ ୨୫ ମାର୍ଚ୍ଚରୁ ଜାରି ହୋଇଥିବା ବେଳେ ୧୪ ଏପ୍ରିଲରେ ଶେଷ ହେଉଥିଲା। ଏହି ୨୧ ଦିନରେ ଯଦିଓ ଦେଶରେ ଏତେ ସଂକ୍ରମିତ ଚିହ୍ନଟ ହୋଇନଥିଲେ ତେବେ ରାଜ୍ୟମାନଙ୍କରେ ପଜେଟିଭ ସଂଖ୍ୟା ବଢିବାରେ ଲାଗିଥିଲା। ଏଣୁ ରାଜ୍ୟ ସରକାରମାନେ ଅବଧି ସମ୍ପ୍ରସାରଣ ସପକ୍ଷରେ ନିଜର ମତାମତ ଦେଇଥିବା ବେଳେ ଦେଶରେ ଦ୍ୱିତୀୟ ଲକଡାଉନ୍ ଜାରି  ରହିଛି।

ଲକଡାଉନ୍ ଯୋଗୁ ସାରା ଦେଶରେ ଆର୍ଥିକ ଗତିବିଧି ଠପ ହୋଇଯାଇଛି। ଶ୍ରମ ଶକ୍ତିର ଅଭାବ ଦେଶର ସବୁକ୍ଷେତ୍ରକୁ  ସ୍ଥାଣୁ କରିଦେଇଛି। ଏଣୁ ସରକାର କିଛି କ୍ଷେତ୍ରକୁ ମୁକ୍ତ କରି ଆର୍ଥିକ ଗତିବିଧି ଆରମ୍ଭ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ରାଷ୍ଟ୍ରୀୟ ଲକଡାଉନ୍‌ ଏଥିରେ  ପ୍ରତିବନ୍ଧକ ପାଲଟିଛି । ତେବେ ମେ ୩ ତାରିଖ ପର୍ଯ୍ୟନ୍ତ ଥିବା ଦ୍ୱିତୀୟ ଲକଡାଉନ୍‌ ଅବଧିର ରୂପରେଖ ପ୍ରଧାନମନ୍ତ୍ରୀଙ୍କ ୨୭ ଏପ୍ରିଲ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ହିଁ ସ୍ପଷ୍ଟ ହେବ।

ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍‌ ମୁକ୍ତ ଲାଗି ରଣନୀତି ପ୍ରସ୍ତୁତ କରିପାରନ୍ତି। ହେଲେ ମହାରାଷ୍ଟ୍ରର ମୁମ୍ବାଇ ଓ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛନ୍ତି। ଏହି ଦୁଇ ମହାନଗରୀ ଦେଶର ଅର୍ଥନୀତି ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ କରୋନା ସଂକ୍ରମଣରେ ମହାରାଷ୍ଟ୍ର ଦେଶର ସମ୍ବେଦନଶୀଳ ରାଜ୍ୟରେ ପରିଣତ ହୋଇଥିବା ବେଳେ କୋଲକାତା ପରିସ୍ଥିତି ଏବେବି ରହସ୍ୟ ଘେରରେ ରହିଛି। 

ଚୀନରେ ସଂକ୍ରମଣ ବ୍ୟାପିଥିବାବେଳେ ଭାରତକୁ ନେଇ ବିଶ୍ୱସମୂଦାୟ ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଧ୍ୟ ଚିନ୍ତାରେ ଥିଲେ। ଦେଶରେ ଚିକିତ୍ସା ବିଶେଷଜ୍ଞଙ୍କ ଅଭାବ ସାଙ୍ଗକୁ ଅଣବିକଶିତ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଏତେ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁର ମୁକାବିଲା କରିବ ତାହା ସେମାନଙ୍କୁ ଉଦବେଗରେ ପକାଇଥିଲା। ଏଣୁ ସେମାନେ ଭାରତ ଲାଗି ଡୁମସ୍ ଡେର ପରିକଳ୍ପନା କରିଥିଲେ। ଏଥିରେ ସଂକ୍ରମଣ ଭାରତକୁ ଆସିଲା,  ବ୍ୟାପିଲା ଓ ଆମେ ଏହାର ଏବେ ମୁକାବିଲା କରୁଛେ  ଓ ଆଗକୁ ବି କରିପାରିବା ବୋଲି କେନ୍ଦ୍ର ସରକାରଙ୍କ ଜନୈକ ବରିଷ୍ଠ ମନ୍ତ୍ରୀ କହିଛନ୍ତି।

ହେଲେ ଦେଶର ମେଟ୍ରୋ ସିଟିରେ ସଂକ୍ରମଣ ହିଁ ଏବେ ସକରାଙ୍କ ଲାଗି ପ୍ରାଥମିକତା ପାଲଟିଛି।  ଏହି ସବୁ ସହରାଞ୍ଚଳର ବସ୍ତିକୁ ସଂକ୍ରମଣ ବ୍ୟପିବା ହିଁ ଏହି ସମସ୍ୟା ସୃଷ୍ଟି କରିଛି। ଏଠାରେ ଜନତାଙ୍କ ଘନତ୍ୱ ସାମାଜିକ ଦୂରତାରେ ମୁଖ୍ୟ ପ୍ରତିବନ୍ଧକ। ତେବେ କେବଳ ଭାରତ ନୁହେଁ ଲକଡାଉନ୍‌ରୁ ବାହାରିବା ଏବେ ସାରା ବିଶ୍ୱ ଲାଗି କୋଭିଡ-୧୯ ମୁକାବିଲାର ସବୁଠୁ କୌଶଳପୂର୍ଣ୍ଣ ଆହ୍ୱାନରେ ପରିଣତ ହୋଇଛି। ଯାହାର ରୂପରେଖ ପ୍ରଧାନମନ୍ତ୍ରୀଙ୍କ୨୭ ଏପ୍ରିଲ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଉଛି।  

   Related Posts