Covid-19: ଏପ୍ରିଲ ୩୦ ପର୍ଯ୍ୟନ୍ତ ଲୋକଙ୍କ ଲାଗି ନିଷିଦ୍ଧ ହେଲା ମୁମ୍ବାଇର ସବୁ ବିଚ୍

Published By : Prameya-News7 Bureau | April 06, 2021 IST

ମୁମ୍ବାଇ ୬।୪: ବଢୁଥିବା କରୋନା ସଂକ୍ରମଣକୁ ଦେଖି ଲୋକଙ୍କ ନିମନ୍ତେ ମଙ୍ଗଳବାର ମୁମ୍ବାଇର ସବୁ ବିଚ୍‌ ନିଷିଦ୍ଧ ହୋଇଛି। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ସମୁଦ୍ର କୂଳକୁ ନ ଯିବା ଲାଗି ସତର୍କ କରାଯାଇଛି। ସେପଟେ ନଭି ମୁମ୍ବାଇ ସହରର ସମସ୍ତ ଦୋକାନ ବନ୍ଦ କରାଯାଇଛି। ପୋଲିସ ପ୍ରଶାସନ ବୁଲି ବୁଲି ସହରରେ ଦୋକାନ ବନ୍ଦ କରାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ସରକାର ଶନିବାର ଓ ରବିବାର ଲକଡାଉନ୍‌ ଘୋଷଣା କରିବା ପରେ ଆଗତୁରା ପୋଲିସ କାହିଁକି ଦୋକାନ ବଜାର ବନ୍ଦ କରୁଛି ସେ ନେଇ ଲୋକେ ପ୍ରଶ୍ନ କରିଛନ୍ତି।

{"id":434233,"width":837,"height":571,"sizeSlug":"large","linkDestination":"none"}

ମୁମ୍ବାଇ ମ୍ୟୁନିଲିପାଲ କର୍ପୋରେସନ (ବିଏମସି) ମୁଖ୍ୟାଳୟ ସମେତ ସହରରେ ଥିବା ଅନ୍ୟ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଦେଇଛନ୍ତି। ଏ ନେଇ ବିଏମସି ସୋମବାର ଏକ ସର୍କୁଲାର ଜାରି କରିଥିଲେ। ଯେଉଁଥିରେ ଲୋକ ପ୍ରତିନିଧି, ଅତ୍ୟାନ୍ତ ଆବଶ୍ୟକତାରେ ଆସୁଥିବା ଲୋକେ ଓ ପୂର୍ବରୁ ନିର୍ଦ୍ଧାରିତ ବୈଠକରେ ଯୋଗ ଦେବାକୁ ଆସିଥିବା ଲୋକଙ୍କୁ ବାଦ ଦେଲେ ଅନ୍ୟ ଲୋକଙ୍କୁ ବିଏମସି ପରିସରକୁ ପ୍ରବେଶ ନିଷେଧ କରିଛନ୍ତି। ତେବେ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ ଲାଗି ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

{"id":434234,"width":837,"height":558,"sizeSlug":"large","linkDestination":"none"}

ମୁମ୍ବାଇ ପୋଲିସ ସୋମବାର ସିଆରପିସି ଧାରା ୧୪୪ରେ ନିଷେଧାଦେଶ ଜାରି କରିଛି। ଏଥିରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ସାର୍ବଜନିକ ସ୍ଥାନରେ ସକାଳ ୭ଟାରୁ ରାତି ୮ଟା ମଧ୍ୟରେ ୫ ବା ଅଧିକ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବା ଉପରେ କଟକଣା ଜାରି ହୋଇଛି। ସପ୍ତାହର କାର୍ଯ୍ୟ ଦିବସମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହନ୍ତରେ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଜାରି କରାଯାଇଛି। ଏହା ଛଡା ଲୋକଙ୍କ ଲାଗି ମାସ୍କ ପିନ୍ଧିବା ଓ ସାର୍ବଜନିକ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ ଜରୁରି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.