ଗୋଟିଏ ଦିନରେ ମୁମ୍ବାଇ ବିମାନବନ୍ଦରରୁ ଉଡିଲା ରେକର୍ଡ ସଂଖ୍ୟକ ୨୦୦୭ ବିମାନ

Published By : Prameya-News7 Bureau | December 10, 2018 IST

ମୁମ୍ବାଇ ୧୦/୧୨ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଆନ୍ତଜାତୀୟ ବିମାନବନ୍ଦର ଶନିବାର ଦିନ ୨୦୦୭ ବିମାନ ଉଡାଣ କରି ରେକର୍ଡ ସୃଷ୍ଟି କରିଛି | ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ଏକ ଗଣନାରୁ କହିଛନ୍ତି ଯେ, ଶନିବାର ଦିନ ମୁମ୍ବାଇ ଏୟାରପୋର୍ଟ ରେକର୍ଡ ସଂଖ୍ୟକ ବିମାନ ଉଡାଣ କରିଛି | ସୂତ୍ର ଅନୁସାରେ ମୁମ୍ବାଇରୁ ଏତେ ଗୁଡିଏ ବିମାନ ଉଡିବାର କାରଣ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର କାର୍ଯ୍ୟକ୍ରମ | ଇଶାଙ୍କ ବାହାଘରର ସଂଗୀତ କାର୍ଯ୍ୟକ୍ରମ ଉଦୟପୁରରେ ଅନୁଷ୍ଠିତ ହୋଇଥିଲା | ଯେଉଁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁମ୍ବାଇର ନାମିଦାମୀ ଶିଳ୍ପପତି, ନେତା, ବଲିଉଡ ସେଲିବ୍ରିଟି ପ୍ରମୁଖ ଯୋଗ ଦେଇଥିଲେ | ଉଦୟପୁରରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏମାନେ ମୁମ୍ବାଇରୁ ଉଦୟପୁର ପ୍ରାଇଭେଟ ବିମାନରେ ଯାଇଥିଲେ |

{"id":62518,"width":594,"height":352}


ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁନ ମାସରେ ମୁମ୍ବାଇ ବିମାନବନ୍ଦରରୁ ୨୦୦୩ ବିମାନ ଉଡାଣ ଭରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.