ସମୁଦ୍ର ସୁଡ଼ଙ୍ଗ ଦେଇ ଯିବ ଦେଶର ପ୍ରଥମ ବୁଲେଟ ଟ୍ରେନ : ଟନେଲ ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର ନୋଟିଫିକେସନ

Published By : Prameya-News7 Bureau | April 25, 2019 IST

ଅହମଦାବାଦ ୨୫/୪ : ରାଷ୍ଟ୍ରୀୟ ଉଚ୍ଚ ଗତି ରେଳ ନିଗମ ଲିମିଟେଡ଼ (NHSRCL) ମୁମ୍ବାଇ ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଜରିଆରେ ସମୁଦ୍ର ତଳେ ଟନେଲ ତିଆରି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି | ଏହା ଭାରତର ପ୍ରଥମ ସମୁଦ୍ର ତଳ ଟନେଲ | ବୁଲେଟ ଟ୍ରେନ କରିଡର ପାଇଁ ୭ କି:ମି: ବିଶିଷ୍ଟ ଟନେଲ ତିଆରି କରାଯିବ | ଏହି ଟନେଲ ଥାନେ କ୍ରିକ ଅଂଚଳରେ ତିଆରି ହେବ |

{"id":107307}


ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, (NHSRCL) ମଙ୍ଗଳବାର ଦିନ ଭାରତର ପ୍ରଥମ ସମୁଦ୍ର ତଳ ଟନେଲ ନିର୍ମାଣ ପାଇଁ ଟେଣ୍ଡର ନୋଟିଫିକେସନ ଜାରି କରିଥିଲା | ଏହି ନୋଟିଫିକେସନ ଅନୁଯାୟୀ, ଟନେଲ ପ୍ରକଳ୍ପ ପୁରା କରିବା ପାଇଁ ସାଢେ ୩ ବର୍ଷ ସମୟସୀମା ରହିଛି | ଏହି ଅବଧି ଭିତରେ ପ୍ରକଳ୍ପ ପୁରା କରିବାକୁ ପଡିବ | ୨୦୧୨ ସୁଦ୍ଧା ବୁଲେଟ ଟ୍ରେନ ପ୍ରକଳ୍ପ ସମ୍ପୂର୍ଣ ହୋଇଯିବ ଦରକାର |

{"id":107308}


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ବଡ ସମସ୍ୟା | ଗୁଜରାଟ ଏବଂ ମହାରାଷ୍ଟ୍ରର ଅନେକ ଗାଁରେ ଜମି ଅଧିଗ୍ରହଣକୁ ବିରୋଧ କରାଯାଉଛି |

{"id":107310,"width":562,"height":422}

ବୁଲେଟ ଟ୍ରେନ ପ୍ରକଳ୍ପରେ ସାମିଲ ହୋଇଥିବା ଗୁଜରାଟ ଏବଂ ମହାରାଷ୍ଟ୍ରର ଅନେକ ଚାଷୀ ନିଜ ଜମି ପାଇଁ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା | କ୍ଷତିପୂରଣ ଛଡା ଏହି ୨ ରାଜ୍ୟର ଚାଷୀ ଜମି ଦେବା ପାଇଁ ସର୍ତ ରଖିଥିଲେ | ଏହି ଅଂଚଳମାନଙ୍କରେ ସରକାର ସାମାନ୍ୟ ସୁବିଧା ସହ, ପୋଖରୀ, ସ୍କୁଲ, ସୋଲାର ଲାଇଟ ସମେତ ପ୍ରତ୍ୟେକ ଗାଁରେ ହସ୍ପିଟାଲ ଏବଂ ଡାକ୍ତର ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ ବୋଲି ଚାଷୀ ସର୍ତ ରଖିଥିଲେ |

{"id":107309}


ସୂଚନାଯୋଗ୍ୟ ଯେ, ମୁମ୍ବାଇ ଅହମଦାବାଦ ରୁଟ ପାଇଁ ୧ ଲକ୍ଷ କୋଟି ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଭାରତ ଜାପାନ ଠାରୁ ୮୮ ହଜାର କୋଟି ଟଙ୍କା ଋଣ କରିଛି | ଜାପାନ ଏହି ଋଣ ୦.୧ ପ୍ରତିଶତ ସୁଧ ହାରରେ ୫୦ ବର୍ଷ ପାଇଁ ଦେଇଛି | ଏହାଛଡା ବାକି ୨୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଯୋଜନାରେ ଲଗାଇବେ |

{"id":107311}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.