୨୬/୧୧ରେ ଘଟିଥିଲା ଛାତିଥରା ଆତଙ୍କବାଦୀ ଆକ୍ରମଣ, ଜାଣନ୍ତୁ କେମିତି ଥିଲା ସେହି ଦିନର କାଳ ରାତ୍ରି...

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬/୧୧ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହୋଇଥିବା ଆତଙ୍କବାଦI ଆକ୍ରମଣକୁ ଆଜି ୧୩ ବର୍ଷ ପୁରିଛି। ୨୦୦୮ ମସିହା ନଭେମ୍ବର୨୬ ତାରିଖରେ ଏହି ଭୟାବହ ଆତଙ୍କବାଦI ଆକ୍ରମଣ ହୋଇଥିଲା । ଏଥିରେ ୧୬୦ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ସଂଖ୍ୟାଧିକ ଲୋକ ଆହତ ହୋଇଥିଲେ। ଏହାକୁ ଭାରତର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ କୁହାଯାଏ।

ସେଦିନ ସହରର ମାହୋଲ ପୁରା ସ୍ଵାଭାବିକ ଥିଲା।  ସବୁଦିନ ପରି ମୁମ୍ବାଇ ସହର ସେଦିନ ଚଳଚଞ୍ଚଳ ଥିଲା। ବଜାରରେ ଲୋକମାନେ ଆତଯାତ ହେଉଥିଲେ। କିନ୍ତୁ ସେଦିନ କିଛି ଲୋକ ମେରାଇନ ଡ୍ରାଇଭରେ ମୁମ୍ବାଇ ଆସିଥିଲେ। କିନ୍ତୁ ରାତି ଯେତେ ବଢ଼ିଲା ଧିରେ ଧିରେ ମୁମ୍ବାଇ ସହର ସେତେ ଅଶାନ୍ତ ହୋଇ ଉଠିଲା ।

ଏହି ଆତଙ୍କବାଦି ଆକ୍ରମଣରେ ୧୬୦ଜଣ ନୀରିହ ଜନତା ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।  ପାକିସ୍ଥାନରୁ ଆସିଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୧୦ ଆତଙ୍କବାଦୀ ମୁମ୍ବାଇରେ ବୋମା ମାଡ଼ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ।  ଏହି ଆକ୍ରମଣ ଭାରତୀୟମାନଙ୍କ ପାଇଁ କଳା ଦିବସ ହୋଇଥିବା ବେଳେ ଭାରତ ଇତିହାସ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଚଳିତ ବର୍ଷ ଏହି ଆତଙ୍କବାଦୀ ଆକ୍ରମଣକୁ ୧୩ ବର୍ଷ ପୁରା ହୋଇଛି ।

ଆତଙ୍କବାଦୀମାନେ ଯେଉଁ ନୌକାରେ ଆସିଥିଲେ ତାହା ଜଣେ ଭାରତୀୟଙ୍କ ନୌକା ଥିଲା।  ଏଥିରେ ଥିବା ଚାରିଜଣ ଲୋକଙ୍କୁ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ।  ସେମାନଙ୍କୁ ପଣ ବନ୍ଦୀ ରଖି ନୌକା ଉପରେ କବଜା କରିଥିଲେ। ଆକ୍ରମଣର ତିନିଦିନ ପୂର୍ବରୁ ଆତଙ୍କବାଦୀମାନେ କରାଚିରୁ ବାହାରି ସମୁଦ୍ର ଦେଇ ଏହି ନୌକା ଦ୍ୱାରା ଭାରତ ସମୁଦ୍ର ପଥରେ ପ୍ରବେଶ କରିଥିଲେ। ରାତି ଆଠଟା ସମୟରେ କୋଲାବା ପାଖରେ କଫ୍ ପରେଡରେ ଥିବା ମାଛ ବଜାର ପାଖରେ ନୌକାରୁ ଓହ୍ଲାଇ ମୁମ୍ବାଇରେ ପ୍ରବେଶ କରିଥିଲେ।

{"id":550288,"sizeSlug":"full","linkDestination":"none"}

ଏହାପରେ ଆତଙ୍କୀମାନେ ୪ ଭାଗରେ ବିଭକ୍ତ ହୋଇ ନିଜ ନିଜ ଲକ୍ଷ୍ୟ ସ୍ଥଳକୁ ଚାଲିଯାଇଥିଲେ। ମାଛ ବଜାରରେ ଆତଙ୍କବାଦୀମାନେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ମାଛ ବେପାରୀମାନଙ୍କର ସନ୍ଦେହ ହୋଇଥିଲା। ଏ ବିଷୟରେ ସେମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ ଏକାକୁ ଗୁରୁତର ସହ ନେଇନଥିଲା ।

ଏହାପରେ ଆତଙ୍କୀ ଛତ୍ରପତି ଶିବାଜୌ ରେଳ ଟର୍ମିନାଲ ,ଦକ୍ଷିଣ ମୁମ୍ବାଇର ଲିଓପୋଲ୍ଟ କାଫେ, ତାଜ ହୋଟେଲ, ଓବୋରୟୋ ଟ୍ରାଇଡେଣ୍ଟ ହୋଟେଲ ,ନରିମନ ହାଉସ୍‌ରେ ଆଖିବୁଜା ଗୁଳି ଚାଳନା କରିଥିଲେ।  ସେହିପରି ସେଦିନ ୧୫-୨୦ ମିନିଟ ଭିତରେ ବିଲ୍ ପାରଲେ ଓ ବିର ବନ୍ଦରରେ ଦୁଇଟି ଟ୍ୟାକ୍ସିକୁ ବୋମା ମାଡ଼ କରି ଉଡ଼ାଇ ଦେଇଥିଲେ।

ଏହାଦ୍ୱାରା ରେଲୱେ ଟର୍ମିନାଲରେ ୫୨ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। ଲିଓପୋଲ୍ଟ କେଫେରେ ୧୦ ଜଣ ମୃତାହତ ହେବା ସହିତ ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ। ଏହି କେଫେର କାନ୍ଥରେ ବର୍ତ୍ତମାନ ସୁଦ୍ଧା ଗୁଳିବାଜିଥିବାର ଚିହ୍ନ ମଧ୍ୟ ରହିଛି। ଆକ୍ରମଣ ସମୟରେ ସେଦିନ ତାଜ ହୋଟେଲରେ ୪୫୦ ଜଣ ଓ ଓବରୟେ ଟ୍ରାଇଡେଣ୍ଟ ହୋଟେଲରେ ୩୮୦ଜଣ ଲୋକ ଉପସ୍ଥିତ ଥିଲେ। ତାଜ ହୋଟେଲର ବିଲ୍ଡିଙ୍ଗରୁ ଧୂଆଁ ଉଠିବା ଦ୍ୱାରା ସମସ୍ତେ ଏହି ଆକ୍ରମଣ ବିଷୟରେ ଜାଣି ପାରିଲେ । 

ଏହି ଅପରାଧ ଘଟାଇଥିବା ୧୦ଜଣ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ ଓ କାବୁ କରିବା ପାଇଁ ପୋଲିସ ଓ ସୁରକ୍ଷାବଳଙ୍କୁ ତିନିଦିନ କସରତ କରିବାରକୁ ପଡ଼ିଥିଲା। ନଭେମ୍ବର ୨୯ ତାରିଖ ସକାଳ ସୁଦ୍ଧା ଆକ୍ରମଣ କରିଥିବା ସମସ୍ତ ଆତଙ୍କୀ ଭାରତୀୟ ସୁରକ୍ଷାବଳଙ୍କ  କାର୍ଯ୍ୟାନୁଷ୍ଠାନ ଦ୍ୱାରା ନିପାତ ହୋଇସାରିଥିଲେ। ଏହାସହ ଏହି ତାଣ୍ଡବ ରଚିଥିବା କୁଖ୍ୟାତ ଆତଙ୍କବାଦୀ ଅଜମଲ କସାବକୁ ମଧ୍ୟ ପୋଲିସ ଗିରଫ କରି ସାରିଥିଲା। ଶେଷରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥିଲା ସତ।  କିନ୍ତୁ ଏହି ୩ଦିନ ଭିତରେ ୧୬୦ଜଣରୁ ଅଧିକ ନୀରିହ ଲୋକ ପ୍ରାଣ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.