IPL ୨୦୨୧ : ଋତୁରାଜ ଗାୟକ୍ବାଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସକୁ ଟାର୍ଗେଟ୍‌ ୧୫୭

Published By : Prameya-News7 Bureau | September 19, 2021 IST

ଦୁବାଇ ୧୯/୦୯ : ଆରମ୍ଭ ହୋଇଯାଇଛି ଫଟାଫଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ । କରୋନା କାରଣରୁ ବାତିଲ ହୋଇଥିବା ଆଇପିଏଲ ରବିବାର ଠାରୁ ଦୁବାଇରେ ପୁଣି ଥରେ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଛି ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ ସଂଗ୍ରହ କରିଛି ଏମ୍‌.ଏସ୍‌ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ । ଋତୁରାଜ ଗାୟକ୍ବାଡ୍‌ଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଶେଷର ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୧୫୬ ରନ କରିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ଜିତିବାକୁ ହେଲେ ୧୫୭ ରନ କରିବାକୁ ହେବ ।

ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି । ଚେନ୍ନାଇ ପକ୍ଷରୁ ଋତୁରାଜ ଗାୟକ୍ବାଡ ଓପନିଂ ଆସି ୮୮ ରନ କରି ଅପରାଜିତ ଥିବା ବେଳେ,  ଡୁ ପ୍ଲେସି ଏବଂ ମୋଇନ୍‌ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅମ୍ବାତୀ ରାୟୁଡୁ ଖାତା ଖୋଲିବା ପୂର୍ବରୁ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ । ସୁରେଶ ରାଇନା ୪, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩, ରବୀନ୍ଦ୍ର ଜାଡେଜା ୨୬ ରନ କରି ଆଉଟ ହୋଇଛନ୍ତି । ଡ୍ବେନ୍‌ ବ୍ରାଭୋ ୮ ବଲ ଖେଳି ୨୩ ରନ କରି ଅପରାଜିତ ଅଛନ୍ତି । ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଅଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୩୫ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଆଡାମ ମିଲନେ୍‌ ୪ ଓଭରରେ ୨୧ ରନ ୨ ଓ୍ବିକେଟ୍‌, ଜସପ୍ରୀତ ବୁମାରାହ ୪ ଓଭରରେ ୩୩ ରନ ୨ ଓ୍ବିକେଟ, କିରଣ ପୋଲାର୍ଡ ୨ ଓଭରରେ ୧୫ରନ, ରାହୁଲ ଚହର ୪ ଓଭରରେ ୨୨ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୨ ଓଭରରେ ୨୭ ରନ ଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.