Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଅନଲାଇନ୍ କ୍ଲାସରେ ନାବାଳକ କରୁଥିଲା ଅଶ୍ଳୀଳ କାମ : ବାଳସୁଧାର ଗୃହକୁ ପଠାଇଲେ କୋର୍ଟ

14/06/2021 at 11:24 AM

ମୁମ୍ୱାଇ ୧୪/୬ : ଅନଲାଇନ୍ କ୍ଲାସରେ ଅଶ୍ଳୀଳ ଆଚରଣ ପାଇଁ ମୁମ୍ବାଇ ପୋଲିସ ଏକ ୧୫ ବର୍ଷର ବାଳକ ବିରୋଧରେ ମାମଲା ରୁଜୁ କରିଛି । ହ୍ୱାଇଟ୍ ହାଟ ଜୁନିଅର ୱେବସାଇଟରେ ଚାଲୁଥିଲା ଅନଲାଇନ କ୍ଲାସ । ଏହି ସମୟରେ ବାଳକ ବି ଅନଲାଇନରେ ମଧ୍ୟ ଉପସ୍ଥିତ ଥିଲା । ତେବେ ସାକିନାକା ପୋଲିସ କହିଛି ଯେ ଏହି ବାଳକ ଅଧ୍ୟୟନ ସମୟରେ ତାଙ୍କ କ୍ୟାମେରା ଆଗରେ ଅଶ୍ଳୀଳ କାର୍ଯ୍ୟ କରୁଥିଲା ।

ଏନେଇ ଅଭିଯୋଗ ହେବା ପରେ ସାକିନାକା ପୋଲିସ ଆଇପିସିର ଧାରା ୩୫୪(କ) (3), ୩୫୪ (d) ଏବଂ ସୂଚନା ପ୍ରଯୁକ୍ତିର ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରାଥିଲା । ବୈଷୟିକ ବିଶ୍ଳେଷଣ ପରେ ପୋଲିସ ଏକ ମୋବାଇଲ୍ ନମ୍ବର ପାଇଥିଲା । ଏହାକୁ ଟ୍ରାକ କରିବାରୁ ଏହା ରାଜସ୍ଥାନର ଜୈସଲମର୍ ବୋଲି ଜଣାପଡିଥିଲା । ପୋଲିସ୍ ଟିମ୍ ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ଏହି କାର୍ଯ୍ୟ ପଛରେ ଜଣେ ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷର ବାଳକର ହାତ ଅଛି ।

ଏ ବିଷୟରେ ପଚରାଯିବାରୁ ବାଳକ ପୋଲିସ ଆଗରେ ସତ ମାନିଥିଲା ବାଳକ ଜଣଙ୍କ । କେବଳ ସେତିକି ନୁହେଁ ପିଲାଟି ଲଗଇନ୍ ପାଇଁ ଭୁଲ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇଥିଲା । ପୋଲିସ ବାଳକକୁ ଜୈସଲମେର କୋର୍ଟରେ ହାଜର କରିବା ପରେ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଛି ।

   Related Posts