Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନାବାଳକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲେ ୩୯ ବର୍ଷୀୟା ମହିଳା, କନ୍ୟା ସନ୍ତାନ ଜନ୍ମ ଦେବା ପରେ କଳାକାରନାମାର ହେଲା ପର୍ଦ୍ଦାଫାସ

10/06/2021 at 8:40 PM

ଲଙ୍ଗଫେଲୋ ଷ୍ଟ୍ରିଟ୍‌/ ନ୍ୟୁଜିଲାଣ୍ଡ ୧୦/୬: ୩୯ ବର୍ଷୀୟା ମହିଳାଙ୍କ ପିଲାର ବାପା ୧୫ ବର୍ଷୀୟ ବାଳକ ।  କିଶୋରମାନଙ୍କ ପ୍ରତି ଥିଲା ମହିଳାଙ୍କ ଅହେତୁକ ଦୁର୍ବଳତା ! ଦୁଇ ବାଳକଙ୍କ ଯୌନ ଶୋଷଣ ନେଇ ମହିଳାଙ୍କ ବିରୋଧରେ ୧୫ ମାମଲା ରହିଛି। ଏପରିକି ସେମାନଙ୍କ ସହ ମହିଳାଜଣଙ୍କ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଖୁଲାସା ହୋଇଛି । ୩୯ ବର୍ଷୀୟା ମହିଳା ଏବେ ମା ହୋଇଛନ୍ତି । ସାରା କାମ୍ପବେଲ୍‌ ଜଣେ ବାଳକଙ୍କ ସହ ଗୋଲ୍ଫ କୋର୍ସରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ସେ ଗର୍ଭବତୀ ହୋଇଥିଲେ । ଏପରିକି ସେ ଏବେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।  କିନ୍ତୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାରା।

ଲଙ୍ଗଫେଲୋ ଷ୍ଟ୍ରିଟ୍‌ର କାମ୍ପବେଲ୍‌ କୋର୍ଟରେ କାନ୍ଦି କାନ୍ଦି ଦୋଷ ଅସ୍ବୀକାର କରିଛନ୍ତି । ୧୬ କିମ୍ବା ଅଧିକ ବୟସର ଦୁଇ ବାଳକଙ୍କୁ ସେ ଶୋଇବା ଘରେ ଏବଂ ଖେଳ ପଡ଼ିଆରେ ଜାଣି ଶୁଣି ଛୁଉଁଥିଲେ ଏବଂ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଅଭିଯୋଗ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ମାନିବାକୁ ନାରାଜ ।  ୧୩ରୁ ୧୫ ବର୍ଷର ଥିବା ପ୍ରଥମ ବାଳକଙ୍କ ସହ ସାରା ଦୁଇ ବର୍ଷରେ ୯ ଥର ଶାରୀରିକ ସମ୍ପର୍କ ରଖିଥିବା ବେଳେ ଗୋଲ୍ଫ କୋର୍ସରେ ମଧ୍ୟ ବାଳକଙ୍କୁ ଛାଡ଼ିନଥିଲେ।

ସେହିସମୟରେ ସାରା ଗର୍ଭବତୀ ହୋଇଥିଲେ ଏବଂ ଏବେ କନ୍ୟା ସନ୍ତାନ ଜନ୍ମ ଦେଇଥିବା କୁହାଯାଉଛି। ସେହିଭଳି ଦ୍ବିତୀୟ ବାଳକଙ୍କ ସହ ସେ ୬ ଥର ​‌ଖରାପ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଯାହାଙ୍କ ବୟସ ୧୩ରୁ ୧୫ ବର୍ଷ ଭିତରେ ହେବ। ଏହି ଘଟଣା ୨୦୧୬ ଏବଂ ୨୦୧୭ରେ ହୋଇଥିଲା ।  ତାଙ୍କ ସହ ୪ ଥର ସାରା ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

ସାରାଙ୍କ ଓକିଲ ସାଇମନ୍‌ କ୍ରିଷ୍ଟି କହିଛନ୍ତି ତାଙ୍କ କ୍ଳାଏଣ୍ଟ ସମସ୍ତ ପ୍ରକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏବେ  ସର୍ତ୍ତ ଭିତ୍ତିକ ଜାମିନ ମିଳିଥିବା ବେଳେ ସେ ଅଭିଯୋଗକାରୀଙ୍କୁ କଲ୍‌ ମଧ୍ୟ କରିପାରିବେ ନାହିଁ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୯ ମେ ୨୦୨୨ରେ ହେବ ବୋଲି ଜଣାପଡ଼ିଛି ।

   Related Posts