ଆମେରିକାର ଟେକ୍ସାସ ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ : ଅଜ୍ଞାତ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡରେ ୨୦ ମୃତ, ଅନେକ ଗୁରୁତର
4/08/2019 at 8:50 AM

ଆମେରିକାର ଟେକ୍ସାସର ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଟେକ୍ସାସର ୱାଲମାର୍ଟ ଷ୍ଟୋରରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଅନେକ ଗୁରୁତର ହୋଇଛନ୍ତି। ପୁରା ଅଞ୍ଚଳକୁ ସିଲ୍ କରି ପୋଲିସ ଚଳାଇଛି ତଲାସୀ ଅଭିଯାନ।

ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସବୁ ପ୍ରକାର ସହାୟତା ପାଇଁ ଦେଇଛନ୍ତି ଭରସା।
