ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ସିରିଜ୍ ବିସ୍ଫୋରଣ : ୨୫ରୁ ଅଧିକ ମୃତ, ୨୦୦ରୁ ଅଧିକ ଆହତ

Published By : Prameya-News7 Bureau | April 21, 2019 IST

କଲମ୍ବୋ ୨୧|୪: ଇଷ୍ଟର ରବିବାର ଦିନ ଶ୍ରୀଲଙ୍କାର ୫ଟି ଚର୍ଚ୍ଚ ଏବଂ ୩ଟି ହୋଟେଲରେ ବିସ୍ଫୋରଣ ହୋଇଛି । ଗୋଟିଏ ବିସ୍ଫୋରଣ ରାଜଧାନୀ କଲମ୍ବୋର କୋଚଚିକଡେ ସ୍ଥିତ ସେଣ୍ଟ ଏନ୍ଥୋନୀ ଚର୍ଚ୍ଚରେ ହୋଇଛି । ସେହିପରି ଅନ୍ୟ ଗୋଟିଏ ବିସ୍ଫୋରଣ କଟୁଓ୍ବାପିଟୟା ଚର୍ଚ୍ଚରେ ହୋଇଛି । ରାଜଧାନୀର ସଙ୍ଗରୀ-ଲା ହୋଟେଲ ଏବଂ କିଙ୍ଗସବରୀ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ନେଇ ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୋଲିସର କହିବା ଏଭଳି ବିସ୍ଫୋରଣ ବଟ୍ଟିକଲାଓ ଚର୍ଚ୍ଚରେ ମଧ୍ୟ ହୋଇଛି । ସୂଚନା ଅନୁସାରେ ବିସ୍ଫୋରଣ ଫଳରେ ୨୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ କଲମ୍ବୋ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ଥିବା ଅନୁମାନ କରାଯାଉଛି । ଆହୁରି ଅନେକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି ।

wp:core-embed/twitter {"url":"https://twitter.com/ANI/status/1119832751727947776","type":"rich","providerNameSlug":"twitter","className":""}
https://twitter.com/ANI/status/1119832751727947776
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.