ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ମାମଲା: ଲାଇଭ ସୋ’ରେ ରାହୁଲ ଓ ସୋନିଆଙ୍କ ବିରୋଧରେ ଦେଇଥିଲେ କଟୁ ମନ୍ତବ୍ୟ, ତଥ୍ୟ ଓ ବକ୍ତବ୍ୟକୁ ବିକୃତ କରିଥିବା ଅଭିଯୋଗ

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୦୪: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ବିକୃତ ମନ୍ତବ୍ୟ ଦେବା ଆଦି ଅଭିଯୋଗରେ ରିପବ୍ଲିକ ଟିଭିର ସଂପାକୀୟ ମୁଖ୍ୟ ତଥା ଉପସ୍ଥାପକ ଅର୍ଣ୍ଣବ  ଗୋସ୍ଵାମୀଙ୍କ ବିରୋଧରେ ଛତିଶଗଡରେ ଏକାଧିକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ କଂଗ୍ରେସ କର୍ମକର୍ତ୍ତା ରାଜ୍ୟରେ ବିଭିନ୍ନ ସ୍ଥାନରେ ବିରୋଧ କରି ୧୨ଟି ଜିଲ୍ଲା ଏବଂ ରାୟପୁର ଜୋନାଲ ମୁଖ୍ୟାଳୟରେ ଅର୍ଣ୍ଣବଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କଂଗ୍ରେସ କର୍ମକର୍ତ୍ତାଙ୍କ ଦ୍ଵାରା ଏତଲା ଦାୟର କରାଯାଇଛି। ଅଭିଯୋଗ ହୋଇଛି ଯେ, ଲାଇଭ ସୋ’ରେ ଅର୍ଣ୍ଣବ ଗୋସ୍ଵାମୀ ବିନା ଆଧାରରେ ଏବଂ ବିନା ତଥ୍ୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆରୋପ ଲଗାଉଛନ୍ତି। ସେ  ବାସ୍ତବ ତଥ୍ୟକୁ ଭୁଲ ଭାବେ ଚିତ୍ରଣ କରୁଛନ୍ତି। କଟୁ ମନ୍ତବ୍ୟ ଦେବା ସହ ବକ୍ତବ୍ୟକୁ ବିକୃତ କରୁଛନ୍ତି।

wp:core-embed/twitter {"url":"https://twitter.com/ashokgehlot51/status/1252892713256513537?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252892713256513537\u0026ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fthe%2Bsiasat%2Bdaily%2Bhindi-epaper-siasethi%2Fpalaghar%2Bkand%2Barnab%2Bgosvami%2Bne%2Blaiv%2Btivi%2Bsho%2Bke%2Bdauran%2Bsoniya%2Bgandhi%2Bko%2Bkataghare%2Bkhada%2Bkiya-newsid-179902676","type":"rich","providerNameSlug":"twitter","className":""}
https://twitter.com/ashokgehlot51/status/1252892713256513537?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252892713256513537&ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fthe%2Bsiasat%2Bdaily%2Bhindi-epaper-siasethi%2Fpalaghar%2Bkand%2Barnab%2Bgosvami%2Bne%2Blaiv%2Btivi%2Bsho%2Bke%2Bdauran%2Bsoniya%2Bgandhi%2Bko%2Bkataghare%2Bkhada%2Bkiya-newsid-179902676
/wp:core-embed/twitter

ନିକଟରେ ମୁମ୍ବାଇର ପାଲଘରରେ ଘଟି ଥିବା ମବ ଲିଚିଂ ଘଟଣାକୁ ନେଇ ରିପ୍ଲବିକ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ଵାମୀ ପରୋକ୍ଷ ଭାବେ ସୋନିଆ ଗାନ୍ଧୀଙ୍କୁ ଦୋଷୀ ଭାବେ ଚିତ୍ରଣ କରିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅର୍ଣ୍ଣବଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ଅନେକ ଲୋକ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି।

ରାୟପୁରରେ ଅର୍ଣ୍ଣବଙ୍କ ବିରୋଧରେ କଂଗ୍ରେସ କର୍ମକର୍ତ୍ତା ଧାରା ୫୦୫, ୫୦୪, ୧୮୮, ୨୯୦ ଆଧାରରେ ମାମଲା ରୁଜୁ କରିଛନ୍ତି। ଏହା ସହିତ କଂଗ୍ରେସ କର୍ମକର୍ତ୍ତା ଅର୍ଣ୍ଣ ଗୋସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅର୍ଣ୍ଣବ ନିକଟରେ ପାଲଘରରେ ଭିଡ ଦ୍ଵାରା ସାଧୁଙ୍କ ହତ୍ୟା ଘଟଣାକୁ ବିରୋଧ କରି ଏଡିଟର୍ସ ଗିଲ୍ଡରୁ ଇସ୍ତଫା ଦେଇଥିଲେ।

ଛତିଶଗଡର ମିଡିଆ ପ୍ରଭାରୀ ଶୈଳେସ ନିତିନ ବୁଧବାର କହିଛନ୍ତି ଯେ, କୋଭିଡ୍-୧୯ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ଅର୍ଣ୍ଣବ ଗୋସ୍ଵାମୀ ଦେଶକୁ ବିଭ୍ରାନ୍ତି କରୁଛନ୍ତି। ଉଲ୍ଲେଖନୀୟ ଏପ୍ରିଲ ୧୬ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ ଯେ, କୋଭିଡ୍-୧୯ ପ୍ରକୋପକୁ ନିୟନ୍ତ୍ରଣ କରିବାରେ ଲକ୍‌ଡାଉନ୍‌ ସମାଧାନ ନୁହଁ। ଦେଶରେ କରୋନା ଟେଷ୍ଟିଂ  ହାରକୁ ବଢାଇବା ଦରକାର  ବୋଲି ରାହୁଲ ଗାନ୍ଧୀ କହିଥିଲେ।

ମାତ୍ର ଅର୍ଣ୍ଣବ ଗୋସ୍ଵାମୀ ନିଜର ବିତର୍କ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ମତକୁ ଭୁଲ୍ ଭାବେ ଉପସ୍ଥାପିତ କରି ତାଙ୍କର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଥିବା ତ୍ରିଭେଦୀ କହିଛନ୍ତି। ତ୍ରିଭେଦୀ କହିଛନ୍ତି ଯେ, ସଂପ୍ରତି ଦେଶରେ କରୋନାର ମୁକାବିଲା କରୁଥିବା ଆଗ ଧାଡିର ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ ଦେଖିବାକୁ ମିଳୁଛି। ଏଥିପାଇଁ ଅର୍ଣ୍ଣବ ଗୋସ୍ଵାମୀ ଏବଂ ତାଙ୍କର ନ୍ୟୁଜ୍ ଚ୍ୟାନେଲ ଦିନ ସାରା ଯେଉଁ ପରି ଭାବେ ଖବର ପ୍ରସାରଣ କରୁଛନ୍ତି ଏହା ହେଉଛି ତାର ପରିଣାମ।

ଅର୍ଣ୍ଣବ ଗୋସ୍ଵାମୀଙ୍କ ସୋରେ ଯେମିତି କିଛି କାରଣ ନଥାଇ ବି କେବଳ ସୋନିଆ ଗାନ୍ଧୀଙ୍କୁ ନେଇ ବିତର୍କ କରାଗଲା। ବାରମ୍ବାର ସେ ଇଟାଲୀର ଏବଂ କଂଗ୍ରେସ  ଉଲ୍ଲେଖ କରାଯାଇ ଲୋକଙ୍କୁ ବିଭ୍ରାନ୍ତ କରିବାର କାମ କରାଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.