Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନାରୁ ସୁସ୍ଥ ପିଲାଙ୍କ ପାଇଁ ରହିଛି ଏହି ରୋଗର ଭୟ, ଜାଣନ୍ତୁ କଣ ରହିଛି ଲକ୍ଷଣ

29/05/2021 at 4:31 PM

ନୂଆଦିଲ୍ଲୀ ୨୯/୫: କରୋନାରୁ ସୁସ୍ଥ ହେବା ପରେ ଶିଶୁଙ୍କ ପାଇଁ ଆଉ ଏକ ରୋଗ ବିପଦ ସୃଷ୍ଟି କରୁଛି। ପିଲାମାନଙ୍କ ଠାରେ ଏବେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରୋମ୍‌ (MSI-C) ନୂଆ ଆହ୍ବାନ ଆଣିଛି । ଦିଲ୍ଲୀ-ଏନସିଆରରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରୋମର ୧୭୭ ମାମଲା ମିଳିଛି। ଏଥିରୁ ଦିଲ୍ଲୀରୁ ୧୦୯ ପିଲାଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଯାଇଛି।

ରାଜଧାନୀ ବ୍ୟତୀତ ଗୁରୁଗ୍ରାମ ଏବଂ ଫରିଦାବାଦରେ ୬୮ ମାମଲା ସାମ୍ନାକୁ ଆସିଛି। ୬ ମାସରୁ ୧୫ ବର୍ଷର ପିଲା ଏହି ରୋଗର ଶିକାର ହେଉଛନ୍ତି। କିନ୍ତୁ ୫-୧୫ ବର୍ଷୀୟ ପିଲାଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଛି। ଗଙ୍ଗାରାମ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଧୀରନ ଗୁପ୍ତା କହିଛନ୍ତି, କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ପିଲାଙ୍କ ଶରୀରରେ ଦୁଇ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି। ପିଲାଙ୍କ ଶରୀରରେ ନିମୋନିଆ କିମ୍ବା ଆଣ୍ଟିବଡି ସମ୍ବନ୍ଧିତ ଇନ୍‌ଫ୍ଳାମେସନ୍‌ (ଏମଏସଆଇ-ସି) ଲକ୍ଷଣ ଦେଖାଯାଉଛି।

ତେବେ ଏମଏସଆଇ-ସି ଲକ୍ଷଣ ଦେଖାଯିବା ପରେ ପିଲାମାନେ ଜ୍ବରରେ ପଡ଼ନ୍ତି। ଏହା ଏହି ରୋଗର ମୁଖ୍ୟ ଲକ୍ଷଣ ହୋଇଥିବା ବେଳେ ସେମାନଙ୍କ ହାର୍ଟ, ଫୁସଫୁସ୍‌ ଏବଂ ବ୍ରେନ୍‌ ପ୍ରଭାବିତ ହୋଇଥାଏ । ପିଲାଙ୍କୁ ୩ରୁ ୫ ଦିନ ପର୍ଯ୍ୟନ୍ତ ଜ୍ବର, ପେଟ ବ୍ୟଥା, ରକ୍ତ ଚାପ ହଠାତ କମିବା ଏବଂ ପତଳା ଝାଡ଼ା ହୋଇଥାଏ।

   Related Posts