ହିମାଚଳ ପ୍ରଦେଶ ସୋଲନରେ ଗେଷ୍ଟହାଉସ ଭୁଶୁଡ଼ିବା ଘଟଣାରେ ୬ଯବାନଙ୍କ ସମେତ ୭ମୃତ : ଏବେବି ଫଶିଛନ୍ତି ୭ଯବାନ, ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 15, 2019 IST

ସୋଲନ ୧୫/୭: ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶର ସୋଲନଠାରେ ଭୁଶୁଡିଲା ଗେଷ୍ଟହାଉସ ବିଲ୍ଡିଂ । ଏଥିରେ ୬ଯବାନ ଏବଂ ଜଣେ ବ୍ୟକ୍ତିଙ୍କ ସମେତ ମୋଟ ୭ଜଣଙ୍କ ମୃତ୍ୟୁ ହୋଇଛି । ଅଘଟଣ ସମୟରେ ଏହି ଗେଷ୍ଟ ହାଉସରେ ୩୭ଜଣ ଥିଲେ । ଏଭିତରେ ଥିଲେ ୩୦ ଜଣ ଯବାନ ।

{"id":133723}

ଭୋଜନ କରିବା ଲାଗି ଏଠାରେ ଯବାନମାନେ ଅଟକି ଯାଇଥିଲେ, ଏହି ସମୟରେ ଗେଷ୍ଟହାଉସ କୋଠା ଭୁଶୁଡି ପଡିଥିଲା । ଭଙ୍ଗା କୋଠା ତଳେ ୩୫ଜଣ ଚାପି ହୋଇ ରହିଯାଇଥିଲେ । ଏମାନଙ୍କ ଭିତରୁ ୨୨ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେବି ୭ ଯବାନ ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଆସୁଛି । ରେସକ୍ୟୁ ଅପରେସନ ପାଇଁ ପଞ୍ଚକୁଲାରୁ ଆସିଥିବା ଏନ୍ ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି।

{"id":133724}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.