ଜୁଲାଇ ୫ରୁ କୋଭିଡ୍‌ ପ୍ରୋଟୋକଲ ସହ ଖୋଲିବ ସିନେମା ହଲ, ଜିମ୍‌, ସ୍ପୋର୍ଟ୍ସ ଷ୍ଟାଡିୟମ ; ଘୋଷଣା କଲେ ଏହି ରାଜ୍ୟ ସରକାର

Published By : Prameya-News7 Bureau | July 02, 2021 IST

ଲକ୍ଷ୍ନୌ ୦୨/୦୭ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଆରମ୍ଭ ହୋଇଯାଇଛି ଅନ୍‌ଲକ୍‌ ପ୍ରକ୍ରିୟା । ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଛନ୍ତି ଯୋଗୀ ସରକାର । ଆସନ୍ତା ଜୁଲାଇ ୫ ତାରିଖ ସୋମବାର ଠାରୁ ଉତ୍ତର ପ୍ରଦେଶରରେ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ମଲ୍ଟି ପ୍ଲେକସ୍‌, ସିନେମା ହଲ, ଜିମ୍ ଏବଂ ସ୍ପୋର୍ଟ୍ସ ଷ୍ଟାଡିୟମ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ମହାମାରୀର ପ୍ରଭାବ ସିନେମା ହଲ ସଞ୍ଚାଳକଙ୍କ ଉପରେ ମଧ୍ୟ ପଡିଛି । ତେଣୁ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ ପ୍ରୋଟୋକଲ ମାନି ସିନେମା ହଲ, ଜିମ୍ ଏବଂ ମଲ୍ଟି ପ୍ଲେକସ୍‌ ଖୋଲିବାକୁ ଅନୁମତି ମିଳିଛି । ଉତ୍ତର ପ୍ରଦେଶ​‌ରେ ସ୍ପୋର୍ଟ୍ସ କମ୍ପଲେକ୍ସ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗ୍ରାମାଞ୍ଚଳ ଏବଂ ମହାନଗରମାନଙ୍କରେ ହେଲଥ୍‌ ଏଟିଏମ୍‌ ସ୍ଥାପନା କରିଛନ୍ତି ଯୋଗୀ ସରକାର । ଏହି ଅତ୍ୟାଧୁନିକ ସ୍ବାସ୍ଥ୍ୟ ମେସିନ୍ ସହାୟତାରେ ଲୋକମାନେ ରକ୍ତଚାପ, ଶରୀରର ମୋଟାପଣ, ହାଇଡ୍ରେସନ୍‌, ପଲ୍ସ ରେଟ୍‌, ଉଚ୍ଚତା, ମସଲ ମାସ୍, ଶରୀରର ତାପମାତ୍ରା, ଅକ୍ସିଜେନ ମାତ୍ରା, ପାରାମିଟର ଆଦି ସୁବିଧା ପାଇପାରିବେ । ଏହାକୁ ସଞ୍ଚାଳନ କରିବା ପାଇଁ ଟେକନିସିଆନ୍‌ଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ।

ଦୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି । ପ୍ରତିଦିନ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟିଂ କରାଯାଉଛି । ଗତ ୨୪ନ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ମାତ୍ର ୧୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୮ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁପିରେ ମୋଟ ୧୬ ଲକ୍ଷ ୮୧ ହଜାର ୨୦୮ ଜଣ ସୁସ୍ଥ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.