Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମୁଲ୍ଲା ହସନ ଅଖୁନ୍ଦ ହେଲେ ଆଫଗାନର ସର୍ବୋଚ୍ଚ ନେତା, ବାମିୟାମରେ ବୁଦ୍ଧଙ୍କ ମୂର୍ତ୍ତି ଭଙ୍ଗାରେ ଥିଲେ ଷଡଯନ୍ତ୍ରକାରୀ

7/09/2021 at 10:48 PM

କାବୁଲ ୦୭।୦୯: ତାଲିବାନ ଦ୍ଵାରା ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା ସହିତ ମୁଲ୍ଲା ହସନ ଅଖୁନ୍ଦଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ  ଘୋଷଣା କରାଯାଇଛି। ମୁଲ୍ଲା ହସନ ଅଖୁନ୍ଦ ବର୍ତ୍ତମାନ ରହବାରୀ ଶୁରା(ଲିଟରଶିପ କାଉନସିଲ)ର ପ୍ରମୁଖ। ତାଲିବାନ ସହ ସଂପୃକ୍ତ ରହବାରୀ ଶୁରା ଆଫଗାନିସ୍ତାନର ଶକ୍ତିଶାଳୀ ନିର୍ଣ୍ଣୟକାରୀ ସଂସ୍ଥା। ମୁଲ୍ଲା ହସନ ଅଖୁନ୍ଦଙ୍କ ଜନ୍ମ କାନ୍ଧାରରେ  ହୋଇଛି। ଏଠାରୁ ହିଁ ତାଲିବାନ ଯୁଗ ଆରମ୍ଭ ହୋଇଥିଲା। ଅଖୁନ୍ଦ ଆଫଗାନିସ୍ତାନର ବାମିୟାମରେ ବୁଦ୍ଧଙ୍କ ମୂର୍ତ୍ତି ଭଙ୍ଗା ଷଡଯନ୍ତ୍ରରେ ସାମିଲ ଥିଲା। ଅଖୁନ୍ଦର ନାମ ମିଳିତ  ଜାତିସଂଘର ଆତଙ୍କୀ ତାଲିକାରେ ମଧ୍ୟ ସାମିଲ୍। ଉଲ୍ଲେଖଯୋଗ୍ୟ, ଅଖୁନ୍ଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ପୂର୍ବ ସରକାରରେ ବୈଦେଶିକ ମନ୍ତ୍ରୀ ଏବଂ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଆଫଗାନିସ୍ତାନରେ ସଶସ୍ତ୍ର ଆନ୍ଦୋଳନର ମୂଳଦୁଆ ପକାଇଥିବା ନେତାଙ୍କ ମଧ୍ୟରେ ମୁଲ୍ଲା ହସନ ଅଖୁନ୍ଦଙ୍କ ନାମ ମଧ୍ୟ ସାମିଲ୍। ମିଡିଆ ରିପୋର୍ଟ ଅନୁସାରେ ଅଖୁନ୍ଦ ରହବାରୀ ଶୁରାର ପ୍ରମୁଖ ଭାବେ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି ଏବଂ ତାଲିବାନୀ ସଦସ୍ୟଙ୍କ ମଧ୍ୟରେ ତାଙ୍କର ଭଲ ସମ୍ବନ୍ଧ ରହିଛି। ତାଲିବାନ ନେତାଙ୍କ ମତରେ ସୈନ୍ୟ ପୃଷ୍ଠଭୂମି ପରିବର୍ତ୍ତେ ଅଖୁନ୍ଦଙ୍କ ଧାର୍ମିକ ପୃଷ୍ଠଭୂମି ପ୍ରତି ଅଧିକ ରୁଚି ରହିଛି। ସେ ନିଜର ଚରିତ୍ର ଏବଂ ଭକ୍ତି ପାଇଁ ପରିଚିତ। ମୁଲ୍ଲା ହସନ ୨୦ ବର୍ଷରୁ ଅଧିକ ସମୟ ଧରି ଶେଖ ହିବତୁଲ୍ଲା ଅଖୁନଜାଦାରଙ୍କ ଘନିଷ୍ଠ ଥିବା କୁହାଯାଏ। ଏବେ ଏହା ଦେଖିବା ବାକି ରହିଲା ଯେ, ମିଳିତ  ଜାତିସଂଘ ଏବଂ ଦୁନିଆର ସମଗ୍ର ଦେଶ ଏହି ତାଲିବାନ ସରକାର ପ୍ରତି କଣ ଆଭିମୁଖ୍ୟ ଆପଣଉଛନ୍ତି।

   Related Posts