ସପା ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କୁ କରୋନା, ପତ୍ନୀ ସାଧନା ମଧ୍ୟ ପଜିଟିଭ
14/10/2020 at 10:16 PM

ଲକ୍ଷ୍ନୌ୧୪।୧୦: ସମାଜବାଜୀ ପାର୍ଟି (ସପା) ସଂସ୍ଥାପକ ମୁଲାୟମ ସିଂ ଯାଦବ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମୁଲାୟମଙ୍କ ସହ ତାଙ୍କ ପତ୍ନୀ ସାଧନାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ମିଳିଛି। ଏ ନେଇ ସପା ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରାଯାଇଥିବା ବେଳେ ସେମାନଙ୍କୁ ମେଡାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
समाजवादी पार्टी संस्थापक आदरणीय नेताजी श्री मुलायम सिंह यादव जी की कोरोना टेस्ट रिपोर्ट पॉजिटिव आने के उपरांत चिकित्सकों की देख रेख जारी है।
— Samajwadi Party (@samajwadiparty) October 14, 2020
फिलहाल उनमें कोरोना के एक भी लक्षण नहीं हैं।
ମୁଲାୟମଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ। ତେବେ ତାଙ୍କ ରିପୋର୍ଟ ପଜିଟିଭ ମିଳିଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ମୁଲାୟମଙ୍କୁ ଏବେ ହସ୍ପିଟାଲରେ ଡାକ୍ତରଙ୍କ ନଜରରେ ରଖା ଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି। ମୁଲାୟମ ଗତ ଅଗଷ୍ଟ ମାସରେ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ମଧ୍ୟ ତାଙ୍କୁ ମେଡାଣ୍ଟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିଶ୍ରାନଳି ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ମୁଲାୟମଙ୍କ ବୟସ ଏବେ ୮୦ ବର୍ଷ। ଏଣୁ ବୟସଗତ କାରଣରୁ ସତର୍କତା ସ୍ୱରୂପ ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ସାଙ୍ଗରେ ତାଙ୍କ ପତ୍ନୀ ମଧ୍ୟ ଡାକ୍ତରଙ୍କ ନଜରରେ ଅଛନ୍ତି।