ବଜେଟ ଅଧିବେଶନର ଶେଷ ଦିନରେ ଭାବ ପ୍ରବଣ ମୁଲାୟମ ସିଂ କହିଲେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଦରକାର...

Published By : Prameya-News7 Bureau | February 13, 2019 IST

ଦିଲ୍ଲୀ ୧୩/୨ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାନା ରାଜନୈତିକ ହୋହାଲ୍ଲା ଦେଖିବାକୁ ମିଳୁଛି | ଆଜି ଲୋକସଭା ଏବଂ ରାଜ୍ୟସଭାରେ ବଜେଟ ଅଧିବେଶନର ଶେଷ ଦିନ ଥିଲା |ଆଜି ମଧ୍ୟ ମୋଦି ସରକାରଙ୍କ ସମୟର ଶେଷ ଅଧିବେଶନର ଶେଷ ଦିନ ଥିଲା ବୋଲି ମଧ୍ୟ କୁହାଯାଇପାରେ। ଆଜି ଲୋକସଭାରେ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଏକ ବୟାନ ଲୋକଙ୍କୁ ଚକିତ କରିଦେଇଥିଲା | ସେ କହିଥିଲେ ଯେ, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା କଥା | ମୁଲାୟମଙ୍କ ଏହି ବକ୍ତବ୍ୟ ବେଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଉପସ୍ଥିତ ଥିଲେ | ମୁଲାୟମ ସିଂଙ୍କ ବୟାନ ପରେ ସଂସଦରେ ପ୍ରବଳ ତାଳିମାଡ ହୋଇଥିଲା | ମୁଲାୟମଙ୍କ କଥା ଶୁଣି ସଂସଦ ଜୟ ଶ୍ରୀରାମ ନାରାରେ ଗୁଂଜରିତ ହୋଇଥିଲା | ସେ ମୋଦିଙ୍କୁ ପ୍ରଶଂସା କରି କହିଥିଲେ ଯେ, ମୋଦି ନିଜ ଶାସନକାଳ ମଧ୍ୟରେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ପାଇଁ ପ୍ରୟାସ କରିଛନ୍ତି | ମୋଦି ନିଜ ଲକ୍ଷ୍ୟରେ ସଫଳ ମଧ୍ୟ ହୋଇଛନ୍ତି ବୋଲି କହିଥିଲେ ମୁଲାୟମ |

{"id":84735}


ଅପରପକ୍ଷରେ ମୁଲାୟମ ସିଂଙ୍କ ପୁଅ ଅଖିଳେସ ସିଂ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କ ବିପକ୍ଷରେ ମହାମେଣ୍ଟ ଗଠନ କରିଛନ୍ତି | ପ୍ରତିଦିନ ଅଖିଲେଶ ମୋଦିଙ୍କ ବିରୋଧରେ କିଛି ନା କିଛି ମନ୍ତବ୍ୟ ଦେଇଥାନ୍ତି | ଅଖିଳେଶ ମାୟାବତୀଙ୍କ ସହ ମିଶି ମୋଦିଙ୍କ ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବାକୁ ପ୍ରୟାସ କରିଛନ୍ତି |
ତେବେ ବଜେଟ ଅଧିବେଶନର ଶେଷ ଦିନରେ ମୁଲାୟମ ସିଂଙ୍କ ବୟାନ ବହୁତ ମହତ୍ଵପୁର୍ଣ |ଏହି ମନ୍ତବ୍ୟକୁ ନେଇ ଆଗାମୀ ଦିନର ରାଜନୈତିକ ସମୀକରଣ ସମ୍ପର୍କରେ ବିଶେଷଜ୍ଞମାନେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.