Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

୨୪ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ, ମୁଲାୟମ, ଅଖିଲେଶ

19/04/2019 at 12:58 PM

ମେନପୁରୀ ୧୯/୪ : ଉତ୍ତର ପ୍ରଦେଶ ରାଜନୀତିରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ପରସ୍ପର ବିରୋଧୀ ମାୟାବତୀ ଏବଂ ମୁଲାୟମ ଆଜି ୨୪ ବର୍ଷ ପରେ ମନୋମାଳିନ୍ୟ ଭୁଲି ଗୋଟିଏ ମଂଚରେ ଦେଖାଦେଇଛନ୍ତି | ୧୯୯୫ ମସିହା ଗେଷ୍ଟହାଉସ କାଣ୍ଡ ପରେ ୨୪ ବର୍ଷ ପରେ ଆଜି ଉଭୟ ନେତା ଗୋଟିଏ ମଂଚରେ ଏକାଠି ହୋଇଛନ୍ତି | ମେନପୁରୀରେ ଆଜି ଏକ ରାଲିରେ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ମୁଲାୟମଙ୍କ ସହ ଏକାଠି ହୋଇ ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ | ଏହି ରାଲିରେ ଲକ୍ଷ ଲକ୍ଷ ଲୋକେ ସାମିଲ ହୋଇଛନ୍ତି |


ଆଜି ମେନପୁରୀରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକତନ୍ତ୍ର ଦଳର ମହାମେଣ୍ଟର ସଂଯୁକ୍ତ ରାଲି ହୋଇଛି | ମେନପୁରୀର ଖ୍ରୀଷ୍ଟିଆନ ପଡିଆରେ ଏହି ରାଲି ଚାଲିଛି | ସମସ୍ତ ଦଳ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି | ରାଲିରେ ଅଖିଳେସ ଯାଦବ ଏବଂ ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି | ମୁଲାୟମ ସିଂ ଉକ୍ତ ରାଲିରେ ଯୋଗଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା |


ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ମେଣ୍ଟ କରି ସରକାର ଗଠନ କରିଥିବା ସପା ବସପା ମଧ୍ୟରେ ୧୯୯୫ ମସିହା ଜୁନ ୫ ତାରିଖରେ ଲକ୍ଷ୍ନୌରେ ହୋଇଥିବା ଗେଷ୍ଟହାଉସ କାଣ୍ଡ ପରେ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା | କିନ୍ତୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ସପା ସହ ହାତ ମିଳିଛି ବସପା | ମାୟାବତୀ ସ୍ପଷ୍ଟ କରିଥିଲେ ଯେ, ଉଭୟ ଦଳ ବିଜେପିକୁ ପରାସ୍ତ କରିବା ପାଇଁ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିଦେଇଛନ୍ତି | ତେବେ ରାଲିରେ ମାୟାବତୀ ମୁଲାୟମ ସିଂଙ୍କ ସପକ୍ଷରେ କଣ ବୟାନ ଦେବେ ତାହା ଦେଖିବା ବାକି ରହିଲା |

   Related Posts