Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଲାୟମ ସିଂହ ଯାଦବଙ୍କ ଅବସ୍ଥା ଗୁରୁତର, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

7/08/2020 at 7:16 PM

ଲଖନଉ ୦୭/୦୮ : ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି | ତାଙ୍କୁ ଲଖନଉ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କ ପେଟରେ ଯନ୍ତ୍ରଣା ଓ ପରିସ୍ରା ସଂକ୍ରମଣ (ୟୁରିନ ଇନଫେକ୍ସନ)ହୋଇଥିବା ଜଣାପଡିଛି | ମେଦାନ୍ତ ହସ୍ପିଟାଲରା ନିର୍ଦେଶକ ଡା.ରାକେଶ କପୁର କହିଛନ୍ତି ଯେ ଗୁରୁବାର ଦିନ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା | ଅପରାହ୍ନ ସାଢେ ୧୨ଟା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା | ମୁଲାୟମ ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି | ମୁଲାୟମ ସିଂହଙ୍କ ଅଲଟ୍ରାସାଉଣ୍ଡ, ବ୍ଲଡ଼ ଟେଷ୍ଟ, ୟୁରିନ ଟେଷ୍ଟ ଆଦି କରାଯାଇଛି | ତାଙ୍କୁ ୟୁରିନ ଇନଫେକ୍ସନ ହୋଇଥିବା ଡାକ୍ତର କହିଛନ୍ତି | ତାଙ୍କର ଚିକିତ୍ସା ଚାଲିଛି |

ସୂଚନାଯୋଗ୍ୟ ଯେ, ୮୦ ବର୍ଷ ବୟସ୍କ ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବ ଅନେକ ମାସ ହେଲା ଅସୁସ୍ଥ ଅଛନ୍ତି | ତାଙ୍କ ପେଟରେ ଲଗାତାର ଯନ୍ତ୍ରଣା ହେଉଛି | ଏହା ପୂର୍ବରୁ ମଧ୍ୟ ତାଙ୍କୁ ପେଟ ଯନ୍ତ୍ରଣା ଓ ସୁଜନ ଯୋଗୁଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯାଞ୍ଚରେ ତାଙ୍କ ଅନ୍ତନାଳୀରେ ସମସ୍ୟା ଥିବା ଜଣାପଡିଥିଲା | କୋଲୋନୋସ୍କୋପି ସାହାଯ୍ୟରେ ତାକୁ ସଫା କରାଯାଇଥିଲା | ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଟିକେ ସୁଧୁରିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା |

   Related Posts