ଆଜି ମୂଳାଷ୍ଟମୀ: ବିଭିନ୍ନ ଦେବୀପୀଠରେ ଆରମ୍ଭ ହେଲା ଷୋଳପୂଜା ଏବଂ ଚଣ୍ଡୀପାଠ

Published By : Prameya-News7 Bureau | October 02, 2018 IST

ଭୁବନେଶ୍ବର୨|୧୦: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗଜ୍ଜନନୀ ମାଆ ଦୁର୍ଗା । ତେବେ ତା ପୂର୍ବରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଳ ପୂଜା । ଆଜି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । ଆଜି ମୂଳାଷ୍ଟମୀ । ଶକ୍ତି ପୀଠରେ ଆରମ୍ଭ ହେଲା ଷୋଳ ପୂଜା । ଜଗତସିଂହପୁର ଝଙ୍କଡ଼ସ୍ଥିତ ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ଆରମ୍ଭ ହୋଇଛି ଷୋଳ ପୂଜା । ୧୬ ଦିନ ଧରି ଚାଲିବାକୁ ଥିବା ପୂଜା ମହାଷ୍ଟମୀ ଦିନ ଶେଷ ହେବ । ଆଜି ପ୍ରଥମ ଦିନରେ ମନ୍ଦିର ପରିସରରେ ସମାର୍ଜନୀ କଳସ ବସିବ । ଷୋଡ଼ଶ ଉପଚାର ପୂଜା ସହ ସୂର୍ଯ୍ୟ ପୂଜା ଓ ଚଣ୍ଡି ପୂଜା ଆୟୋଜନ ହେବ । ପ୍ରତିଦିନ ମଧ୍ୟ ରାତ୍ରରେ ମାଆଙ୍କର ହେବ ସୁନାବେଶ । ଅଷ୍ଟମୀ, ନବମୀ ଓ ଦଶହରା ଦିନ ମହିଷା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳା । ଅଷ୍ଟଦେବୀଙ୍କ ପୀଠ ମଧ୍ୟରୁ ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ ଅନ୍ୟମ । ଏଠି ମଧ୍ୟ ବେଶ୍ ଧୁମଧାମରେ ଆରମ୍ଭ ହୋଇଛି ଷୋଳ ପୂଜା । ଆଜି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ଚର୍ଚ୍ଚିକା । ସେହିଭଳି ଷୋଳ ପୂଜା ପାଇଁ କାକଟପୁରର ମାଆ ମଙ୍ଗଳାଙ୍କ ପୀଠ ମଧ୍ୟ ଚଳଚଞ୍ଚଳ । ମାଆଙ୍କୁ ସହସ୍ର କୁମ୍ଭାଭିଷେକରେ ସ୍ନାନ କରାଇ ଅଖଣ୍ଡ ଦୀପ କଳସ ଓ ଚଣ୍ଡିପାଠ ସହ ବଲ୍ଲଭ, ସୂର୍ଯ୍ୟ, କଳସ, ସିଂହ ପୂଜା ସମ୍ପନ୍ନ କରାଯିବ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ମଧ୍ୟ ଷୋଳ ପୂଜା ଆରମ୍ଭ ହୋଇଛି । ସକାଳେ ନିତ୍ୟସ୍ନାନ, ନିତ୍ୟବେଶ ପହଡ଼ ଆଦି ରୀତିନୀତି ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ଜଳଯାତ୍ରା ବ୍ରହ୍%

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.