ଏହି ତାରିଖରେ ଜନ୍ମ ହୋଇଥିବା ଲୋକମାନଙ୍କୁ କେବେ ବି ହୋଇନଥାଏ ଧନର ଅଭାବ, ବୁଧଙ୍କ ପ୍ରଭାବରୁ ମିଳିଥାଏ ସଫଳତା

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୦୫: ବ୍ୟକ୍ତିର ଜନ୍ମ ତାରିଖରୁ ତାର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଜାଣି ହୋଇଥାଏ । ଅଙ୍କ ଜ୍ୟୋତିଷଙ୍କ ଅନୁଯାୟୀ, ଯେଉଁମାନଙ୍କର ଜନ୍ମ ତାରିଖ ୫, ୧୪ କିମ୍ବା ୨୩ ହୋଇଥାଏ, ସେମାନଙ୍କର ମୂଳ ଅଙ୍କ ୫ ହୋଇଥାଏ । ଏହି ମୂଳ ଅଙ୍କ ବୁଧ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଯେ ବୁଧର ପ୍ରଭାବ ହେତୁ ଏହି ମୂଳ ଅଙ୍କର ଲୋକମାନେ ବୁଦ୍ଧିମାନ ଏବଂ କର୍ମଶାଳୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ଧନ ଏବଂ ସୁବିଧାର କାରକ ଭାବରେ ବିବେଚନା କରାଯାଏ । ତେବେ ଚାଲନ୍ତୁ ଜାଣିବା ମୂଳ ଅଙ୍କ ୫ ଥିବା ଲୋକଙ୍କ ସହ ଜଡିତ କିଛି କଥା…

{"width":654,"height":447}
Raipur: Numerology Secrets Of Your Birthday 5th 14th 23rd - यदि आपका जन्म 5,  14, या 23 तारीख को हुआ है, तो जरूर पढ़ें ये खबर | Patrika News

ଏହି ମୂଳ ଅଙ୍କର ଲୋକମାନେ ସାହସର ସହିତ ଜୀବନର ପ୍ରତ୍ୟେକ ସମସ୍ୟାର ସାମ୍ନା କରିଥାନ୍ତି । ଏହି ଲୋକମାନେ ନୂତନ ଯୋଜନାରେ କାମ କରି ଲାଭ ଉଠାଇଥାନ୍ତି । କୁହାଯାଏ ଏହି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୁସି କିମ୍ବା ଦୁଃଖରେ ରହିପାରନ୍ତି ନାହିଁ । ଏମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଚଳାଇ ନିଅନ୍ତି ।

ଅଙ୍କ ଜ୍ୟୋତିଷଙ୍କ ଅନୁଯାୟୀ, ଏହି ଲୋକମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ସେମାନେ ଶୀଘ୍ର ବନ୍ଧୁ ହୁଅନ୍ତି ଏବଂ ପରେ ଏହାକୁ ଭୁଲିଯାଆନ୍ତି । ଏହି ଲୋକମାନଙ୍କର ପ୍ରେମ ସମ୍ପର୍କ ସ୍ଥାୟୀ ହୋଇ ରହି ନଥାଏ । କୁହାଯାଏ ଏହି ଅଙ୍କର ଲୋକଙ୍କର ଦୁଇଟି ସମ୍ପର୍କ ହେବାର ସମ୍ଭାବନା ରହିଥାଏ ।

ବୁଧଙ୍କ ପ୍ରଭାବ ହେତୁ ଏହି ଲୋକମାନଙ୍କର ଆର୍ଥିକ ଅବସ୍ଥା ସାଧାରଣତଃ ଭଲ ହୋଇଥାଏ । ସେମାନେ ସେମାନଙ୍କର ବୁଦ୍ଧି ବଳରେ ସଫଳତା ହାସଲ କରିଥାନ୍ତି । ସେମାନଙ୍କୁ ଜୀବନରେ ଟଙ୍କାର  ଅଭାବ କିମ୍ବା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ । ଏମାନଙ୍କ ବିଶେଷତ୍ୱ ​​ହେଉଛି ଯେ ସେମାନେ ଶୀଘ୍ର ଅନ୍ୟମାନଙ୍କ ମନର କଥା ଜାଣି ପାରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.