Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ

21/10/2021 at 7:41 AM

ଭୁବନେଶ୍ୱର,୨୧|୧୦: ରାଜଧାନୀରେ ମୁକୁଳା ଡ୍ରେନରେ ମୁଣ୍ଡ ଗଡ଼ିବା ପରେ ଆକ୍ସନକୁ ଆସିଛି ବିଏମସି । ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ କାମ କରିବାକୁ ସଂସ୍ଥାଗୁଡ଼ିକର ନାଁ ବିଏମସି ଓ୍ବେବସାଇଟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ତେବେ ଡ୍ରେନ୍ ନିର୍ମାଣ ପାଇଁ ୨୦ଟି ସ୍ଥାନରେ ବେସରକାରୀ ଜମି ଅଧିଗ୍ରହଣ କରାଯିବ । ଆବଶ୍ୟକ ସ୍ଥଳରେ ଲୋକଙ୍କୁ କ୍ଷତିପୂରଣ ଦେଇ ଡ୍ରେନ୍ ପାଇଁ ଜମି ନେବ ବିଏମସି ।

ରାଜଧାନୀରେ ଆଉ ରହିବନି ମୁକୁଳା ଡ୍ରେନ୍ । ବଡ଼ ବଡ଼ ଡ୍ରେନ୍ ଗୁଡ଼ିକର ଦୁଇ ପାଖରେ ଲାଗିବ ତାର ଜାଲି । ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ସଂକୁଚିତ ହୋଇପଡ଼ିଥିବା ନାଳ ଗୁଡ଼ିକର ସମ୍ପ୍ରସାରଣ କରାଯିବ । ଏଥି ପାଇଁ ୨୦ଟି ସ୍ଥାନରେ ବେସରକାରୀ ଜମି ଅଧିଗ୍ରହଣ କରାଯିବ । ସେହିଭଳି ରାଜଧାନୀରେ ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ କାମ କରିବାକୁ ସଂସ୍ଥାଗୁଡ଼ିକର ନାଁ ବିଏମସି ଓ୍ବେବସାଇଟ୍ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ରାଜଧାନୀରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରାକୃତିକ ନାଳଗୁଡ଼ିକୁ ସଂଯୋଗ କରୁଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଜବରଦଖଲ ମୁକ୍ତ କରିବା ଉପରେ ଗୁରୁତ୍ବ ଦେଉଛି ବିଏମସି । ହୋଟେଲ ମେ ଫେୟାର ନିକଟରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ୪ ନମ୍ବର ନାଳକୁ ସଂପ୍ରସାରଣ କରାଯିବ । ଏଥି ପାଇଁ ଏଠାରେ ରହିଥିବା ଏକାଧିକ ଘରୋଇ ଜମିକୁ ଅଧିଗ୍ରହଣ କରାଯିବ । ସେହିଭଳି ଲକ୍ଷ୍ମୀସାଗର ଗାଁ ମଧ୍ୟରେ ଥିବା ମେଳଣ ପଡ଼ିଆରୁ ସାଇଫଳ ଛକ ଦେଇ ଦୟା ଓ୍ବେଷ୍ଟ କେନାଲ ପର୍ଯ୍ୟନ୍ତ ଯାଇଥିବା ୫ ନମ୍ବର ନାଳଟି ଯେଉଁ ସବୁ ଘରୋଇ ଜମି ଉପରେ ଯାଇଛି ସେସବୁ ଜାଗାକୁ ଅଧିଗ୍ରହଣ କରାଯିବ । ଚିନ୍ତାମଣିଶ୍ବର ଶବର ସାହିର ଜାଲି ଗଳି ଦେଇ ଯାଇଥିବା ୬ ନମ୍ବର ଡ୍ରେନ୍ ସଂକୁଚିତ ହେବା ଯୋଗୁଁ ସ୍ଥାନୀୟ ଅଂଚଳରେ ସାମାନ୍ୟ ବର୍ଷାରେ ବି ଜଳାର୍ଣ୍ଣବ ହେଉଛି । ତେଣୁ ସେଠାରେ ଘରୋଇ ଜମି ଅଧିଗ୍ରହଣ କରାଯାଇ ଡ୍ରେନକୁ ଓସାରିଆ କରିବାକୁ ଯୋଜନା ହୋଇଛି । ସେହିଭଳି ନ୍ୟୁ-ଫରେଷ୍ଟ ପାର୍କ ସ୍ଥିତ ୭ ନମ୍ବର ନାଳ ଓ ଝାରପଡ଼ା ବୈରାଗୀନଗରର ବେସରକାରୀ ଜମି ଦେଇ ଯାଇଥିବା ୧୦ ନମ୍ବର ନାଳର ଗାର୍ଡ଼ ଓ୍ବାଲ୍ ଓ କଲଭର୍ଟ ନିର୍ମାଣ ପାଇଁ ମଧ୍ୟ ଜମି ଅଧିଗ୍ରହଣ ହେବ । ଏହି ପ୍ରକ୍ରିୟାରେ ଜମି ହରାଉଥିବା ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବ ।

ଯେଉଁ ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି ସେସବୁକୁ ଉଚ୍ଛେଦ ସାଙ୍ଗକୁ ଆବଶ୍ୟକ ସ୍ଥଳେ ଘରୋଇ ଜମିକୁ ଅଧିଗ୍ରହଣ କରାଯିବ । ଏଙାସହ ନୂତନ ଡ୍ରେନ୍ ନିର୍ମାଣ ଏବଂ ପୁରୁଣା ଡ୍ରେନକୁ ପ୍ରସସ୍ଥିକରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଏମସି ।

   Related Posts