Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଲ୍ ବ୍ଲକ ଆବଣ୍ଟନ, ୨ଜି ଲାଇସେନ୍ସ ରବ୍ଦ ନିଷ୍ପତ୍ତି ସମୟରେ ବାଟ ହୁଡିଥିଲେ ସୁପ୍ରିମକୋର୍ଟ- ମୁକୁଲ ରୋହତଗୀ

17/05/2020 at 6:07 PM

ନୂଆଦିଲ୍ଲୀ, ୧୭|୦୫:  ଦେଶର ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗୀ କୋଇଲା ବ୍ଲକ ଆବଣ୍ଟନ, ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ରବ୍ଦ, କର୍ଣ୍ଣାଟକ ଓ ଗୋଆରେ ଲୁହା ଖଣି ଖନନ ରବ୍ଦ ଆଦି ନିଷ୍ପତ୍ତି ବେଳେ ସୁପ୍ରିମ କୋର୍ଟ ସଠିକ ରାସ୍ତାରୁ ହଟିଯାଇଥିଲେ ବୋଲି କହିଛନ୍ତି ।

ରୋହତଗୀ କହିଛନ୍ତି ଯେ, ପରିବେଶ ପାଇଁ ସୁପ୍ରମକୋର୍ଟ ଦେଇଥିବା ରାୟ ଦେଶର ଆର୍ଥିକ ଅବସ୍ଥାକୁ ଜୋରଦାର ଝଟକା ଦେଇଛି । ସୁପ୍ରିମକୋର୍ଟକୁ ଜଜଙ୍କ ନିଯୁକ୍ତି କ୍ଷେତ୍ରରେ ନିଜ ଇଚ୍ଛାଧୀନ ନିଷ୍ପତ୍ତିକୁ ସମ୍ମାନର ସହ ପରିତ୍ୟାଗ କରିବା ଉଚିତ । ସୁପ୍ରିମକୋର୍ଟର ୧୯୫୦ରୁ ଏବେସୁଦ୍ଧା ବିଷୟ ଉପରେ ପ୍ରଫେସର ଏନଆର ମାଧବ ମେମନ ସ୍ମୃତି ସଭାରେ ଯୋଗ ଦେଇ ସେ ଏହି ଟିପ୍ପଣୀ ଦେଇଛନ୍ତି । ରୋହତଗୀଙ୍କୁ ଜୁନ ୧୯, ୨୦୧୪ରେ ଆଟର୍ଣ୍ଣିଂ ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା । କୋଏଲା ବ୍ଲକ ଆବଣ୍ଟନ, ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ, କର୍ଣ୍ଣାଟକ ଓ ଗୋଆରେ ଲୁହା ଖଣି ଖନନ ରବ୍ଦ ଆଦି ପ୍ରସଙ୍ଗ ମନମୋହନ ସିଂ ସରକରା ସମୟରେ ଆସିଥିଲା । ଏପରିକି ଅନେକ ଅଭିଯୋଗ ମଧ୍ୟ ଲାଗିଥିଲା ।

କରୋନା ଭାଇରସ ପାଇଁ ଭିଡିଓ କନଫରେନ୍ସିଂ ଯୋଗେ ଶୁଣାଣିକୁ ନେଇ ରୋହତଗ କହିଛନ୍ତି ଯେ, ସିଷ୍ଟମକୁ ନେଇ ପ୍ରଯୁକ୍ତିବିଦ୍ୟାରେ ଅନକ ଅଭାବ ରହିଛି । ଯାହାକୁ ଆହୁରି ଭଲ କରାଯାଇ ପାରିବ । ସ୍ୱାଧିନତା ପରେ ପରିବେଶକୁ ନଜରରେ ରଖି ସୁପ୍ରିମକୋର୍ଟ ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ଅର୍ଥ ବ୍ୟବସ୍ଥାକୁ ଝଟକା ଦେଇଛି । ଦେଶ ସାରା ସମସ୍ତ କୋଇଲା ବ୍ଲକ ଆବଣ୍ଟନ ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି ।

   Related Posts