ବେସାହାରାଙ୍କ ସାହାରା ପାଲଟିଛି ମାନବ ସେବା ସଂଘ ‘ମୁକ୍ତିପଥ’, ଏପର୍ଯ୍ୟନ୍ତ କରିସାରିଲେଣି ୫୨ଜଣଙ୍କର ଅନ୍ତିମ ସଂସ୍କାର

Published By : Prameya-News7 Bureau | November 16, 2020 IST

ଝାରସୁଗୁଡା ୧୬।୧୧: ବେସାହାରାଙ୍କ ସାହାରା ପାଲଟିଛି ମାନବ ସେବା ସଂଘ ‘ମୁକ୍ତିପଥ’ । ମାନବ ସେବା ସଂଘ ପକ୍ଷରୁ ଅଜଣା ନବଜାତ ଶିଶୁର ଅନ୍ତିମ ସଂସ୍କାର କରାଯାଇଛି । ଏହାକୁ ମିଶାଇ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ମୋଟ୍ ୫୨ଜଣଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।

ସୂଚନାଯୋଗ୍ୟ ଯେ, କୋଲାବିରା ପୋଲିସ ଦ୍ବାରା ରଘୁନାଥପାଲୀ ଗାଁର ଏକ କୂଅରୁ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଥିଲା । କେହି ଅଜଣା ବ୍ୟକ୍ତି ଏହି ଶିଶୁକୁ କୂଅରେ ଫିଙ୍ଗି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି ।କୋଲାବିରା ପୋଲିସ ୟୁଡି କେସ୍ ନମ୍ବର ୧୯/୨୦୨୦ ମାମଲା ରୁଜୁ କରି ତା.୧୧/୧୧/୨୦୨୦ରେ ମରଶରୀରକୁ ପୋଷ୍ଟମର୍ଟମ କରିବାକୁ ପଠାଇ ଦେଇଥିଲେ। ପରେ ମୃତଦେହକୁ ମାନବ ସେବା ସଂଘ ‘ମୁକ୍ତିପଥ’କୁ ହସ୍ତାନ୍ତର କରାଯାଇଥିଲା।

ମାନବ ସେବା ସଂଘ ସ୍ଥାନୀୟ ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନରେ ଏହି ମୃତ ଶିଶୁର ଅନ୍ତିମ ସଂସ୍କାରକରାଯାଇଛି । ଏପର୍ଯ୍ୟନ୍ତ ସଂଘ ତରଫରୁ ୫୨ଜଣଙ୍କର ଅନ୍ତିମ ସଂସ୍କାର କରାଯାଇସରିଛି। ଅନ୍ତିମ ସଂସ୍କାର ସମୟରେ କୋଲାବିରା ଥାନାର ଏଏସଆଇ ବାମଦେବ ପରିଡ଼ା, ସଂଘର କାର୍ଯ୍ୟକର୍ତ୍ତା ସୋଫିଆ ମିଞ୍ଜ, ସାର୍ତ୍ତୁକୋ ବେହେରା, ସରୋଜ ସିଂହ, ମୁନୁ ସିଂହ, ବାସିଲ ବାରି ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.