Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବେସାହାରାଙ୍କ ସାହାରା ପାଲଟିଛି ମାନବ ସେବା ସଂଘ ‘ମୁକ୍ତିପଥ’, ଏପର୍ଯ୍ୟନ୍ତ କରିସାରିଲେଣି ୫୦ଜଣଙ୍କର ଅନ୍ତିମ ସଂସ୍କାର

26/09/2020 at 4:13 PM

ଝାରସୁଗୁଡ଼ା ୨୬।୯: ଝାରସୁଗୁଡା ସହରରେ ବେସାହାରାଙ୍କ ସାହାରା ପାଲଟିଛି ମାନବ ସେବା ସଂଘ ‘ମୁକ୍ତିପଥ’ । ଏହି ସଂଘ ବେସାହାରା ମୃତକଙ୍କ ଶବ ସତ୍କାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବର୍ଷେ ମଧ୍ୟରେ ମଧ୍ୟରେ ୫୦ ଜଣଙ୍କ ଶବ ସତ୍କାର କରି ସାରିଲାଣି ସଂଘ । ଏହି କାମ ପାଇଁ ସମସ୍ତଙ୍କଠାରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସଂଘର କର୍ମକର୍ତ୍ତା ।

ଏହି ମାନବ ସେବା ସଂଘ ପକ୍ଷରୁ ପୁଣି ଏକ ଅଚିହ୍ନା ଶବର ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ମୋଟ୍ ୫୦ ମୃତକଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି । ଯେଉଁ ମୃତ ବ୍ୟକ୍ତିଙ୍କର ପରିବାର ପରିଜନ କେହି ନଥାନ୍ତି ସେମାନଙ୍କ ଶବ ଦାହ କରିବାକୁ ଆଗେଇ ଆସିଥାଏ ଏହି ସଂଘ ।

ଗତ ୨୦ ତାରିଖରେ ପାହାଡି ମନ୍ଦିରରେ ରହୁଥିଲେ ୩୫ ବର୍ଷ ବୟସ୍କ କାଳି ବାରିକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ମାନବ ସେବା ସଂଘ ‘ମୁକ୍ତିପଥ’କୁ ହସ୍ତାନ୍ତର କରାଯାଇଥିଲା । ସ୍ଥାନୀୟ ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରିଛି ସଂଘ । ଏହି ସମୟରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଜୋବିତା ତିର୍କୀ, ଏଏସଆଇ ଗୋବର୍ଦ୍ଧନ ନାୟକ, ସଂଘର କାର୍ଯ୍ୟକର୍ତ୍ତା ରମେଶ ଗାନ୍ଧୀ, ସୋଫିଆ ମିଞ୍ଜ, ସର୍ତ୍ତୁକୋ ବେହେରା, ବାସିଲ ବାରି, ବଣ୍ଟି ସୁନା, ରାହୁଲ ସୁନା ଉପସ୍ଥିତ ଥିଲେ ।

   Related Posts