କଂଗ୍ରେସ ନେତାଙ୍କୁ ଭେଟିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ

Published By : Prameya-News7 Bureau | August 19, 2018 IST

ଭୁବନେଶ୍ୱର ୧୯/୮ : କଂଗ୍ରେସ ନେତାଙ୍କୁ ଭେଟିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ | ରାଉରକେଲାରୁ ଭୁବନେଶ୍ୱର ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି | ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ମାନ୍ୟତା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ମୁକ୍ତାକାନ୍ତ | ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଲେ ମୁକ୍ତାକାନ୍ତ | ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିଶୃତି ଦେଇଛନ୍ତି | ଏହା ସହ ଅଧିକ ଆଲୋଚନା ପାଇଁ ଆଶ୍ବସନା ଦେଲେ ପ୍ରଭାରୀ ଜିତେନ୍ଦ୍ର ସିଂହ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.