ଦିଲ୍ଲୀରେ ମୁକ୍ତିକାନ୍ତ

Published By : Prameya-News7 Bureau | June 27, 2018 IST

ଦିଲ୍ଲୀରେ ମୁକ୍ତିକାନ୍ତ । ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୭୦ ଦିନ ପରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଆବେଦନ କରିବେ ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀ ହେବା ପରେ ଖୋଦ୍ ନରେନ୍ଦ୍ର ମୋଦି ୨୦୧୫ ଉତ୍କଳ ଦିବସ ଏପ୍ରିଲ୍ ପହିଲାରେ ରାଉରକେଲା ଆସି ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍ )କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ରୂପାନ୍ତର ସହିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଆଦି ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ୪ ବର୍ଷ ବିତିଯାଇଛି । ମାତ୍ର, ଏପର୍ଯ୍ୟନ୍ତ ସେ ଏହି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରତିଶ୍ରୁତି ମନେ ପକାଇବା ପାଇଁ ମୁକ୍ତିକାନ୍ତ ଗତ ଏପ୍ରିଲ୍ ୧୬ରେ ରାଉରକେଲାରୁ ପଦଯାତ୍ରାରେ ବାହାରିଥିଲେ । ଓଡ଼ିଶାରୁ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିଆଣା ବିଭିନ୍ନ ରାଜ୍ୟ ଦେଇ ସେ ୧୫୩୫ କିଲୋମିଟର ପଥ ଅତିକ୍ରମ କରିଛନ୍ତି । ଆଜି ସେ ଦିଲ୍ଲୀରେ ପହଞ୍ଚି ଆବେଦନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.