ବାନ୍ଦା ଜେଲରେ ବାହୁବଳୀ ବିଧାୟକ ମୁକ୍ତାର ଅଂସାରୀ କରୋନା ପଜେଟିଭ

Published By : Prameya-News7 Bureau | April 25, 2021 IST

ବାନ୍ଦା ୨୫।୪: ଉତ୍ତରପ୍ରଦେଶ ବାନ୍ଦା ଜେଲରେ କୈଦୀ ଥିବା ଗ୍ୟାଙ୍ଗଷ୍ଟର ତଥା ବାହୁବଳୀ ବିଧାୟକ ମୁକ୍ତାର ଅଂସାରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ତାର ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ତା ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ରବିବାର ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଏବେ ଆରଟି-ପିସିଆର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଗତ ଏପ୍ରିଲ ୭ ତାରିଖ ଦିନ ଅଂସାରୀକୁ ପଞ୍ଜାବ ରୋପଡ ଜେଲରୁ ବାନ୍ଦା ଅଣାଯାଇଥିଲା। ଜେଲରେ ହ୍ୟାଣ୍ଡଓଭର ପୂର୍ବରୁ ତାର କରୋନା ପରୀକ୍ଷଣ କରାଯାଇଥିଲା। ସେତେବେଳେ ରିପୋର୍ଟ ନେଗେଟିଭ ଆସିଥିଲା। ଉତ୍ତରପ୍ରଦେଶରେ କରୋନା ଏବେ ଭୟଙ୍କର ରୂପ ଧାରଣ କରିଛି। ଏଥିରେ ଚିକିତ୍ସା ଲାଗି ଅକ୍ସିଜେନ ଅଭାବ ନୂଆ ସମସ୍ୟା ସୃଷ୍ଟି କରିଛି। ତେବେ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିଛନ୍ତି।

ତେବେ ଶନିବାର ମୋହନଲାଲ ଗଞ୍ଜର ବିଜେପି ସାଂସଦ କୌଶଲ କିଶୋରଙ୍କ ୮୫ ବର୍ଷ ବୟସ୍କ ବଡ ଭାଇ ମହାବୀର ପ୍ରସାଦ କରୋନାରେ ପ୍ରାଣ ହରାଇଥିଲେ। ହସ୍ପିଟାଲରେ ଅକ୍ସିଜେନ ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଉପୁଜିଥିବା ପରିସ୍ଥିତିରେ ସେ ରାଜ୍ୟ ସରକାରଙ୍କ ବିରୋଧରେ ସଡକ ଉପରେ ବିକ୍ଷୋଭକରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.