Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

‘ମୋ ସ୍ୱାମୀଙ୍କର ହୋଇପାରେ ଏନକାଉଣ୍ଟର’: ସୁରକ୍ଷା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁଖତାର ଅନସାରୀଙ୍କ ପତ୍ନୀ

6/04/2021 at 1:49 PM

ନୂଆଦିଲ୍ଲୀ ୦୬/୦୪ : ପଞ୍ଜାବ ରୂପନଗର ଜିଲ୍ଲା ଜେଲରେ କଏଦ ଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ଆଣିବାକୁ ଉତ୍ତର ପ୍ରଦେଶ ପୋଲିସ ଟିମ ମଙ୍ଗଳବାର ଦିନ ରୂପନଗରରେ ପହଞ୍ଚିଛି। ଗ୍ୟାଙ୍ଗଷ୍ଟର ପତ୍ନୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପିଟିସନରେ ସେ ନିଜ ସ୍ୱାମୀର ସୁରକ୍ଷା ପାଇଁ ଗୁହାରି କରିଛନ୍ତି। ସେ କହିଛନ୍ତି ଯେ ପୋଲିସ ତାଙ୍କ ସ୍ୱାମୀକୁ ଏନକାଉଣ୍ଟରରେ ମାରିଦେବାର ଆଶଙ୍କା ରହିଛି। ମାଫିଆ ଡ଼ନ ବ୍ରଜେସ ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ସହାୟତାରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିପାରେ ବୋଲି ସେ ପିଟିସନରେ କହିଛନ୍ତି। ମୁଖତାର ଅନସାରୀକୁ ଜେଲ ନେବା ବାଟରେ କିମ୍ବା ଜେଲରେ ମଧ୍ୟ ହତ୍ୟା କରାଯାଇପାରେ ବୋଲି ସେ କହିଛନ୍ତି। ମୁଖତାର ବିଜେପି ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି ଏବଂ ବିଜେପି ନେତା ଆରୋପି ଥିବା କିଛି ମାମଲାରେ ସେ ସାକ୍ଷୀ ଅଛନ୍ତି। ସେଥିପାଇଁ ତାଙ୍କୁ ମାରିବାକୁ ଉଦ୍ୟମ ହୋଇପାରେ। ମୁଖତାରଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେ ପିଟିସନରେ ଦାବି କରିଛନ୍ତି।

ବାହୁବଳୀ ମୁଖତାର ଅନସାରୀକୁ ପଞ୍ଜାବରୁ ଉତ୍ତର ପ୍ରଦେଶ ଅଣାଯିବ। ମାମଲାରେ ମୁଖତାରଙ୍କ ଭାଇ ଅଫଜଲ ଅନସାରୀ କହିଛନ୍ତି ଯେ ଭାଇର ସୁରକ୍ଷା ନେଇ ତାଙ୍କୁ କାଲି ବି ସନ୍ଦେହ ଥିଲା ଓ ଆଜି ବି ସନ୍ଦେହ ଅଛି। ସେ କହିଛନ୍ତି, ଯେହେତୁ ମୁଖତାର ଏବେ ସୁଦ୍ଧା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଏବଂ ନ୍ୟାୟିକ ହେପାଜତରେ ଅଛନ୍ତି ସେଥିପାଇଁ ତାଙ୍କ ସୁରକ୍ଷା ଦାୟିତ୍ୱ କୋର୍ଟଙ୍କର। ତାଙ୍କୁ କୁଶଳତାପୂର୍ବକ ଉତ୍ତର ପ୍ରଦେଶ ନିଆଯାଉ ଏବଂ ତାଙ୍କ ବିରୋଧରେ ଯେଉଁ ଆରୋପ ଅଛି ତାର ଶୁଣାଣି ଶୀଘ୍ର ହେଉ। ମୁଖତାର ଅନସାରୀଙ୍କ ପତ୍ନୀ ସର୍ବୋଚ୍ଚ ନ୍ୟାୟାଳୟରେ ଆଉ ଏକ ପିଟିସନ ଦେଇଛନ୍ତି ଯେ ଜେଲରେ ମୁଖତାରଙ୍କୁ ସୁରକ୍ଷିତ ଭାବେ ରଖାଯାଉ। ଏହି ମାମଲାର ଶୁଣାଣି ୧୨ ତାରିଖରେ ହେବ।

ଏହା ପୂର୍ବରୁ ମୁଖତାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ତାଙ୍କୁ ପଞ୍ଜାବରୁ ଉତ୍ତର ପ୍ରଦେଶ ନେବା ସମୟରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆଦେଶ ଦେବାକୁ ଗୁହାରି କରିଥିଲେ। ଉତ୍ତର ପ୍ରଦେଶ ପୋଲିସ ଟିମ ମୁଖତାରକୁ ନେବା ପାଇଁ ମଙ୍ଗଳବାର ସକାଳ ପ୍ରାୟ ସାଢେ ୪ଟା ସମୟରେ ୭ଟି ଗାଡିରେ ରୂପନଗର ପୋଲିସ ଲାଇନରେ ପହଞ୍ଚିଥିଲା। ପୋଲିସ ଲାଇନ ରୂପନଗର ଜେଲରୁ ପ୍ରାୟ ୪ କିଲୋମିଟର ଦୂର। ନିର୍ଯ୍ୟାତନା ମାମଲାରେ ମୁଖତାର ୨୦୧୯ରୁ ଏହି ଜେଲରେ ବନ୍ଦ ଅଛନ୍ତି।

   Related Posts