ସୋନିଆ ଗାନ୍ଧୀଙ୍କୁ ମୁଖତାର୍ ଅବ୍ବାସ୍ ନକ୍‌ବୀଙ୍କ ପାଲଟା ଆକ୍ରମଣ: ପ୍ରଶ୍ନ କରି କହିଲେ, 'କଣ କଂଗ୍ରେସ ଦେଶଦ୍ରୋହୀଙ୍କୁ ସମର୍ଥନ କରୁଛି ?'

Published By : Prameya-News7 Bureau | October 26, 2020 IST

ନୂଆଦିଲ୍ଲୀ ୨୬/୧୦ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ବିରୋଧରେ ଲେଖିଥିବା ଏକ ଟିପ୍ପଣୀରେ ମୋଦି ସରକାରଙ୍କୁ ହମଲା ଓ ତାଙ୍କ ବିରୋଧରେ କରିଥିବା ଅଭିଯୋଗକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବୀ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସରକାର ଯେଉଁଭଳି ଭାବେ ସରକାରୀ ଏଜେନ୍ସିଗୁଡିକୁ ଭୁଲ ତରିକାରେ ବ୍ୟବହାର କରୁଥିଲା ଏବଂ ନିଜ ବିରୋଧରେ ଉଠିଥିବା ସ୍ୱରକୁ ଚାପିବାକୁ ଚେଷ୍ଟା କରୁଥିଲା ମୋଦି ସରକାର ସେମିତି କରନ୍ତିନି। ସେ କଂଗ୍ରେସ ଅଧ୍ୟକ୍ଷ ଓ ଦଳର ଅନେକ ନେତାଙ୍କୁ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ କଣ ଏହିଭଳି ଲୋକଙ୍କୁ ସମର୍ଥନ କରେ ଯେଉଁମାନେ ଦେଶ ବିରୋଧୀ ନାରା ଦିଅନ୍ତି ?

କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବୀ ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ହମଲା କରି କହିଛନ୍ତି ଯେ କଂଗ୍ରେସ ଦଳ ଭେଣ୍ଟିଲେଟରରେ ଅଛି କିନ୍ତୁ ତାର ଅହଂକାର ଏକ୍ସିଲେଟରରେ ଅଛି। କଂଗ୍ରେସ ୧୦ ବର୍ଷ ଯାଏଁ ମନମୋହନ ସିଂହଙ୍କ ଅପମାନ କରିଛି। ଏହା କାମ ସହନଶୀଳତା କି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ପଦବୀରୁ ହଟାଇଦେଲା, ଦେବେଗୌଡ଼ା ହୁଅନ୍ତୁ କିମ୍ବା ଗୁଜୁରାଲ ସାର ହୁଅନ୍ତୁ ସମସ୍ତ ନେତାଙ୍କୁ ଅପମାନ କରିଛି। କଂଗ୍ରେସକୁ ଟାର୍ଗେଟ କରି ନକବୀ କହିଛନ୍ତି ଯେ କଂଗ୍ରେସ ସର୍ବଦା ଏହା ହିଁ ଚିନ୍ତା କରେ ଶାସନ ସେ ହିଁ କରିବ କିମ୍ବା ଯଦି ସେ ଶାସନରେ ନ ରହି ଆଉ କିଏ ରହେ ତାହେଲେ ସେହି ଦଳ ବିରୋଧରେ ହଙ୍ଗାମା କରି ତାକୁ ଶାସନରୁ ହଟାଇବାକୁ ଷଡଯନ୍ତ୍ର କରିବ। 

{"id":350915,"sizeSlug":"large"}

କେନ୍ଦ୍ରମନ୍ତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳକୁ ପ୍ରଶ୍ନ କରିଛନ୍ତି ଯେ, କଣ କଂଗ୍ରେସ ଓ ସୋନିଆ ଗାନ୍ଧୀ ଭାରତକୁ ଟୁକୁଡା ଟୁକୁଡା କରିବ କିମ୍ବା ଦେଶ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବା ଲୋକଙ୍କୁ ସମର୍ଥନ କରିବ ? କଂଗ୍ରେସ ଯେଉଁଭଳି ସରକାରୀ ଏଜେନ୍ସିଗୁଡିକୁ ଭୁଲ ତରିକାରେ ବ୍ୟବହାର କରିଛି ମୋଦି ସରକାର ସେହିଭଳି କରନ୍ତିନି। ମୋଦି ସରକାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି। ସେ କହିଛନ୍ତି କଂଗ୍ରେସ ଯେଭଳି ସରକାରୀ ଏଜେନ୍ସିର ଦୁରୁପଯୋଗ କରିଛି ଯଦି ମୋଦି ସରକାର ସେହିଭଳି କରିଥାନ୍ତେ ତାହେଲେ ଲୋକେ ଆଜି କେଉଁଠି ଥାଆନ୍ତେ ତାହା କହିବା ଆବଶ୍ୟକ ନାହିଁ।

ଏହା ପୂର୍ବରୁ ସୋନିଆ ଗାନ୍ଧୀ ଏକ ଲେଖା ଜରିଆରେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ମୋଦି ସରକାର ସିବିଆଇ, ଇଡି ସମେତ ଅନ୍ୟ ସରକାରୀ ଏଜେନ୍ସିଗୁଡିକର ଦୁରୁପଯୋଗ କରୁଛନ୍ତି ଯେପରି ସେ ନିଜ ବିରୋଧୀ ସ୍ୱର ଚାପିଦେଇ ପାରିବେ। ଏହି ଲେଖାରେ ସୋନିଆ ଜେଏନୟୁ, ସାହିନ ବାଗ, ସିଏଏ, ଏନଆରସି ଓ ହାଥରସ ଘଟଣା ସମ୍ପର୍କରେ କହିଥିଲେ ଯେ କେବଳ ବିରୋଧୀଙ୍କୁ ନୁହେଁ ବରଂ ସାଧାରଣ ଜନତା ବି ଯଦି ଶାନ୍ତିପୂର୍ବକ ପ୍ରଦର୍ଶନ କରିବାକୁ ଚାହେଁ ତାହେଲେ ତାଙ୍କୁ ଦେଶଦ୍ରୋହୀ କହି ସେମାନଙ୍କ ସ୍ୱର ଚାପିଦେବାକୁ ମୋଦି ସରକାର ଉଦ୍ୟମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.