ନୀଳଗିରି୮/୬: ନୀଳଗିରି ଥାନା ଅଧିନ ଅଯୋଧ୍ୟା ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ମିଳିଥିବା ସୂଚନା ଅନୁସାରେ, ଅଯୋଧ୍ୟା ମୁଖିସାହିରେ ବାପି ମୁଖୀଙ୍କର କୌଣସି କାରଣରୁ ପାରିବାରିକ କଳହ ଲାଗିଥିଲା।ପାଖ ଘର ତଥା ଗାଁର ମୁରବି ମାନୁଥିବା ମାୟାଧର ମୁଖୀ (୬୫) ବୁଝାସୁଝା କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବାପି ମୁଖୀ ଏକ କଟୁରିରେ ତାଙ୍କ ମୁଣ୍ଡକୁ ହାଣି ଚାଲିଥିଲା। ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମାୟାଧରଙ୍କ ପୁଅ ରାଜେନ୍ଦ୍ର ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...