କୁଆଡେ ଗଲେ ଜିଏମ୍ ? ୪୮ଘଣ୍ଟା ପରେ ବି ପତ୍ତା ମିଳୁନି, ମଙ୍ଗଳବାର ଦିନ ଗୋଟାଏରୁ ଫୋନ୍ ବନ୍ଦ

Published By : Prameya-News7 Bureau | December 19, 2019 IST

କଳାହାଣ୍ଡି ୧୯।୧୨: ମୁଖିଗୁଡା ସ୍ଥିତ ଓଡିଶା ଜଳ ବିଦ୍ୟୁତ୍ ନିଗମରେ କାର୍ଯ୍ୟରତ ଜିଏମ୍ ନାରାୟଣ ପ୍ରସାଦ ମେହେର ନିଖୋଜ ହୋଇଯାଇଛନ୍ତି । ନିଖୋଜ ହେବାର ୪୮ଘଣ୍ଟା ପରେ ବି ତାଙ୍କର କୌଣସି ପତ୍ତା ମିଳି ନାହିଁ ।

{"id":199662,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ୧୦ଟା ବେଳେ କ୍ବାର୍ଟରରୁ ଅଫିସକୁ ଯିବାକୁ କହି ବାହାରିଥିଲେ । ସେବେଠାରୁ ସେ ଘରକୁ ଫେରିନଥିବା ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

{"id":199663,"sizeSlug":"large"}

ନାରାୟଣ ପ୍ରସାଦଙ୍କ ଅଫିସ ତାଙ୍କ କ୍ବାର୍ଟରରୁ ୩ ଶହ ମିଟର ଦୂରରେ ଥିବାରୁ ସେ ପ୍ରତିଦିନ ଚାଲି ଚାଲି ଅଫିସକୁ ଯାଇଥାଆନ୍ତି । ମାତ୍ର ଉକ୍ତ ଦିନ ସେ ଘରୁ ଅଫିସ୍ ଅଭିମୁଖେ ବାହାରିଥିଲେ ମଧ୍ୟ ଅଫିସର କୌଣସି କର୍ମଚାରୀ ତାଙ୍କୁ ଦେଖି ଥିଲେ । ତେବେ ତାଙ୍କ ମୋବାଇଲ ଫୋନ୍ ଦିନ ୧ଟା ପର୍ଯ୍ୟନ୍ତ ରିଙ୍ଗ୍ ହେଉଥିବା ପୋଲିସକୁ ସୂଚନା ଦେଇଛନ୍ତି ପତ୍ନୀ ସୁରେଖା ।

{"id":199664,"sizeSlug":"large"}

ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ନିଖୋଜର ୪୮ଘଣ୍ଟା ପରେ ବି ତାଙ୍କର କୌଣସି ପତ୍ତା ମିଳିନି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.