ଫାଶୀ ପାଇଁ ରାସ୍ତା ସଫା ! ନିର୍ଭୟା ଦୋଷୀ ମୁକେଶର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୧୮।୦୧:  ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ ରାଜକ୍ଷମା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା ଦୋଷୀ ମୁକେଶ । କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଦଖଲର କୌଣସି ଆବଶ୍ୟକତା ନାହିଁ । ମୁକେଶର ପିଟିସନ୍ ଖାରଜ ପାଇଁ ନିର୍ଭୟାଙ୍କ ପରିବାର ପକ୍ଷରୁ କୋର୍ଟରେ ଅପିଲ୍  କରାଯାଇଥିଲା । ତେବେ ଫେବ୍ରୁଆରୀ ୧ ରେ ଏମାନଙ୍କୁ ଫାଶୀ ଦିଆଯିବ କି ନାହିଁ ଏନେଇ ତଥାପି ବି ସ୍ଥିର ହୋଇପାରି ନାହିଁ । 

ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ। ଜାନୁଆରୀ ୧୪ରେ ମୁକେଶ ରାଜକ୍ଷମା ଆବେଦନ କରିଥିବାବେଳେ ଦୁଇଦିନ ପରେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଥିଲେ। ତେବେ ରାଷ୍ଟ୍ରପତି ତାର ରାଜକ୍ଷମା ଆବେଦନକୁ ଠିକ୍ ଭାବେ ବିଚାର କରି ନାହାନ୍ତି ବୋଲି ମୁକେଶ ପିଟିସନରେ ଇଲ୍ଲେଖ କରିଥିଲା  ।

୨୦୧୨ ଡିସେମ୍ବର ୧୬ତାରିଖ ଦିନ ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟାମ କରିଥିଲେ । କିଛି ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ପରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲା । ସେହିପରି ତିହାଡ ଜେଲରେ ଦୋଷୀ ରାମ ସିଂହ ଫାଶୀ ଲଗାଇ ଆତ୍ମହତ୍ୟା କରିସାରିଛି । ଆଉ ୪ଜଣ ଦୋଷୀ ଏବେ ଜେଲରେ ରାତି କାଟୁଛନ୍ତି । କୋର୍ଟ ସମସ୍ତ ୪ଦୋଷୀଙ୍କୁ ଫେବୃଆରୀ ୧ତାରିଖ ଦିନ ଫାଶୀ ଦେବା ପାଇଁ ସ୍ଥିର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.