ଭୀଷ୍ମ ପିତାମହ ସୋନାକ୍ଷୀଙ୍କୁ ଦେଲେ ଉପଦେଶ : କହିଲେ ଆଜିର ଯୁବପୀଢ଼ୀଙ୍କୁ ମହାଭାରତ, ରାମାୟଣ ଦେଖିବା ନିହାତି ଜରୁରୀ

Published By : Prameya-News7 Bureau | April 05, 2020 IST

ମୁମ୍ବାଇ ୫/୪: ଟେଲିଭିଜନରେ ରାମାୟଣ,ମହାଭାରତ ଏବଂ ଶକ୍ତିମାନ ଭଳି ଧାରାବାହିକ ପୁଣି ଥରେ ପ୍ରସାରଣ ହେବା ଯୋଗୁଁ ଅଭିନେତା ମୁକେଶ ଖାନ୍ନା ବହୁତ ଖୁସି ଅଛନ୍ତି। ତାଙ୍କ କହିବା ଅନୁସାରେ ଏହି କାର୍ଯ୍ୟକ୍ରମ ପୁନଃପ୍ରସାରଣ ହେବା ଦ୍ବାରା ଲୋକଙ୍କୁ ବହୁତ ଫାଇଦା ହେବ। ଆଜିର ପୀଢ଼ି ଏବଂ ଯେଉଁମାନେ ଏଗୁଡ଼ିକୁ ଦେଖି ପାରିନଥିଲେ ସେମାନେ ଏହାର ମହତ୍ତ୍ବ ବୁଝି ପାରିବେ। ଏହି ସମୟରେ ସେ ସୋନାକ୍ଷୀ ସିହ୍ନାଙ୍କ ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି।

{"id":249421,"sizeSlug":"large"}

ଏକ ସାକ୍ଷାତକାରରେ ମୁକେଶ ଖାନ୍ନା କହିଛନ୍ତି ଯେ ସୋନାକ୍ଷୀ ସିହ୍ନା ଭଳି ଲୋକଙ୍କୁ ରାମାୟଣ ଏବଂ ମହାଭାରତ ଦେଖିବା ଉଚିତ୍ ଯେଉଁମାନଙ୍କୁ ଆମ ପୌରାଣିକ କଥା ବିଷୟରେ କିଛି ଜଣା ନାହିଁ। ତାଙ୍କ ଭଳି ଲୋକଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ଭଗବାନ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିବାକୁ ଯାଇଥିଲେ।

{"id":249422,"sizeSlug":"large"}

ମୁକେଶ ଖାନ୍ନା ଆହୁରି ମଧ୍ୟ କହିଛନ୍ତି ଯେ ନୂଆ ପୀଢ଼ି ବହୁତ ସମସ୍ୟାରେ ଅଛନ୍ତି। ଟିକଟକ୍ ଭିଡିଓ ଏବଂ ପାଶ୍ଚାତ୍ୟ ସଭ୍ୟତା ଯୋଗୁଁ ଆଜିର ପୀଢ଼ି ଭାରତୀୟ ସଂସ୍କାର ବିଷୟରେ କିଛି ଜାଣିପାରୁ ନାହାନ୍ତି। ଇତିହାସ,ପୌରାଣିକ କଥା,ଆଧ୍ୟାତ୍ମିକତା ପାଇଁ ତାଙ୍କ ପାଖରେ ସମୟ ନାହିଁ କି ସେମାନେ ଦେବାକୁ ମଧ୍ୟ ଚାହୁଁ ନାହାନ୍ତି।

{"id":249423,"sizeSlug":"large"}

ଗତ ବର୍ଷ ସୋନାକ୍ଷୀ ସିହ୍ନା କୌନ ବନେଗା କରୋଡ଼ପତି ୧୧ କର୍ମବୀର ସ୍ପେଶାଲ ଏପିସୋଡରେ ଜଣେ କଣ୍ଟେଷ୍ଟାଣ୍ଟଙ୍କ ସହ ପହଞ୍ଚିଥିଲେ। ଏହି ସମୟରେ ଶୋ ର ହୋଷ୍ଟ ଅମିତାଭ ବଚ୍ଚନ ପଚାରିଥିଲେ ଯେ ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିବାକୁ ଯାଇଥିଲେ?

{"id":249425,"sizeSlug":"large"}

ସୋନାକ୍ଷୀ ସିହ୍ନା ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏଥିପାଇଁ ସେ ଏକ୍ସପର୍ଟ ଲାଇଫଲାଇନର ସାହାଯ୍ୟ ନେଇଥିଲେ ଏବଂ ଠିକ୍ ଉତ୍ତର ଦେଇଥିଲେ। କିନ୍ତୁ ଏହା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।

{"id":249426,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.