Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିର୍ଭୟା କାଣ୍ଡ: ତିହାର ଜେଲ୍ ପ୍ରଶାସନ ଜରିଆରେ କ୍ଷମାଯାଚନା କଲା ଦୋଷୀ ମୁକେଶ

ନୁଆଦିଲ୍ଲୀ ୧୪।୧: ପୁଣି କଡ ଲେଉଟେଇଛି ଦିଲ୍ଲୀ ନିର୍ଭୟା  କାଣ୍ଡ। କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହେବା ପରେ ନିର୍ଭୟା ଅପରାଧୀ ମଙ୍ଗଳବାର ତିହାର ଜେଲ ପ୍ରଶାସନ ଜରିଆରେ କ୍ଷମାନିବେଦନ କରିଛି। ମୁକେଶ  ଜେଲ ପ୍ରଶାସନ ଦ୍ୱାରା ଏହି ନିବେଦନ କରିଥିବା ବେଳେ ବୁଧବାର  ଦିଲ୍ଲୀ ହାଇକୋର୍ଟରେ ଏହାର ଶୁଣାଣି ହେବ ।

ନିର୍ଭୟା କାଣ୍ଡର ୨ ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ମଙ୍ଗଳବାର ଜଷ୍ଟିସ୍ ଏନ.ଭି. ରମନ୍ନା, ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ରୋହିଣ୍ଟନ୍ ଫଲି ନରିମନ୍, ଜଷ୍ଟିସ୍ ଆର୍. ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ୫ ଜଣିଆ ପୀଠ ବିନୟ ଶର୍ମା ଓ ମୁକେଶଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। 

ତେବେ ପୂର୍ବରୁ ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଅପରାଧୀଙ୍କ ଲୋଗି ବ୍ଲାକ୍ ୱାରେଣ୍ଟ ଜାରି କରିସାରିଛନ୍ତି। ଏଥିରେ ଅପରାଧୀଙ୍କ ଦଣ୍ଡବିଧାନ ଜାନୁୟାରୀ ୨୨ ତାରିଖରେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ମୁକେଶଙ୍କ କ୍ଷମାଯାଚନା ଉପରେ ନିର୍ଭର କରୁଛି ୪ ଅପରାଧୀଙ୍କ ଦଣ୍ଡ। 

   Related Posts