Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ମୁକେଶ ଅମ୍ବାନୀଙ୍କ ସାନ ପୁଅ କରୁଛନ୍ତି କଣ ? ୨୫ ବର୍ଷୀୟ ଅନନ୍ତଙ୍କୁ ନେଇ ଚାଲିଛି ଚର୍ଚ୍ଚା

14/11/2020 at 5:03 PM

ମୁମ୍ବାଇ ୧୪/୧୧: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପରିବାର ସମ୍ପର୍କରେ ଜାଣିବାକୁ ଲୋକଙ୍କ ଇଚ୍ଛା ଥାଏ। ତାଙ୍କ ପୁଅ, ଝିଅ କେଉଁଠୁ ଶିକ୍ଷା ଲାଭ କରିଛନ୍ତି ଏବେ କଣ କରୁଛନ୍ତି ଏନେଇ ଜାଣିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳେ। ତେବେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ କଣ କରନ୍ତି ଆପଣ ଜାଣନ୍ତି କି ? ଆସନ୍ତୁ ତାଙ୍କ ସମ୍ପର୍କରେ କିଛି କଥା ଜାଣିବା…

୨୦୧୯ ପର୍ଯ୍ୟନ୍ତ ରିଲାଏନ୍ସ କମ୍ପାନୀରେ କୌଣସି ବି ଭାର ସମ୍ଭାଳିନଥିବା ଅନନ୍ତ ଏବେ ମ୍ୟାନେଜମେଣ୍ଟ ଟିମ୍‌ର ସଦସ୍ୟ। ଅନନ୍ତ ନିଜର ସ୍କୁଲ ଶିକ୍ଷା ଧିରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ଶେଷ କରିଥିବା ବେଳେ ଆଇସ୍‌ଲ୍ୟାଣ୍ଡର ବ୍ରାଉନ୍‌ ୟୁନିଭର୍ସିଟିରୁ ଗ୍ରାଜୁଏସନ୍‌ ପାସ୍‌ କରିଛନ୍ତି। ତେବେ ଅନନ୍ତ ପଢ଼ିଥିବା ସ୍କୁଲ ଅମ୍ବାନୀ ପରିବାର ସହ ଜଡ଼ିତ। ମୁକେଶ ଅମ୍ବାନୀ ନିଜ ବାପାଙ୍କ ସ୍ମୃତିରେ ମୁମ୍ବାଇରେ ଧିରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲ ଖୋଲିଥିଲେ। ୨୦୦୩ରେ ଆରମ୍ଭ ହୋଇଥିବା ଏହି ସ୍କୁଲ ଏକ ନମ୍ବର ଅନ୍ତର୍ଜାତୀୟ ସ୍କୁଲ୍‌ର ମାନ୍ୟତା ମଧ୍ୟ ପାଇସାରିଛି।

ତେବେ ଏହି ସ୍କୁଲ୍‌​‌ରେ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ପିଲା ପଢ଼ନ୍ତି। ତେନ୍ଦୁଲକର, ଶାହରୁଖଙ୍କ ଠାରୁ ଆରମ୍ଭ କରି ଶ୍ରିଦେବୀଙ୍କ ପିଲା ଏହି ସ୍କୁଲ୍‌ରୁ ଶିକ୍ଷା ଲାଭ କରିଛନ୍ତି। ସ୍କୁଲର ମୁଖ୍ୟ  ନୀତା ଅମ୍ବାନୀ ଥିବା ବେଳେ ତାଙ୍କ ଭଉଣୀ ମମତା ଏହି ସ୍କୁଲରେ ଶିକ୍ଷକତା କରୁଛନ୍ତି।

ଆର୍ଥିକ ବର୍ଷ ୨୦୧୯-୨୦ର ଆରଆଇଏଲ୍‌ର ବାର୍ଷିକ ରିପୋର୍ଟ ମୁତାବିକ ୨୫ ବର୍ଷୀୟ ଅନନ୍ତ ରିଲାଏନ୍ସ ରିଟେଲ୍‌ ବେଞ୍ଚର୍ସରେ ସଦସ୍ୟ ଅଛନ୍ତି। ଏହା ସହ ଡିଜିଟାଲ୍‌ ସର୍ଭିସେସ୍ ବୋର୍ଡର ମଧ୍ୟ ସଦସ୍ୟ ଅଛନ୍ତି। ଅନନ୍ତଙ୍କ ପୂର୍ବରୁ ତାଙ୍କ ଭାଇ ଭଉଣୀ ୨୦୧୪ରେ ରିଲାଏନ୍ସ ଜିଓ ଇନ୍‌ଫୋଫର୍ମ ଓ ରିଲାଏନ୍ସ ରିଟେଲ୍‌ ବେଞ୍ଚର୍ସ ବୋର୍ଡରେ ସାମିଲ୍‌ ହୋଇଥିଲେ।

ମୁକେଶ ଅମ୍ବାନୀ ଯେବେ ୨୪ ବର୍ଷର ହୋଇଥିଲେ ସେତେବେଳେ ଆରଆଇଏଲ୍‌ରେ ଯୋଗ ଦେଇଥିଲେ। ତାଙ୍କ ସାନ ପୁଅ ଅନନ୍ତ ମଧ୍ୟ  ୨୫ ବର୍ଷରେ ଏହି କମ୍ପାନୀରେ ଯୋଗ ଦେଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୦ରେ ଜିଓ ପ୍ଲାଟଫର୍ମ ବୋର୍ଡର ନିର୍ଦେଶକ ଭାବେ ଅନନ୍ତଙ୍କୁ ନିଯୁକ୍ତ କରାଯାଇଛି।

   Related Posts