ଗୋଟିଏ ଦିନରେ ୩.୭ ବିଲିୟନ୍‌ ଡଲାର୍‌ ବଢ଼ିଗଲା ଅମ୍ୱାନୀଙ୍କ ସମ୍ପତ୍ତି, ହଠାତ୍‌ କେମିତି ବୃଦ୍ଧି ହେଲା ଜାଣନ୍ତୁ...

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ, ୦୬/୦୯: ଭାରତ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ମୁକେଶ ଅମ୍ୱାନୀଙ୍କ ଦିନକୁ ରୋଜଗାର କେତେ ଜାଣିବାକୁ ଆପଣ ନିଶ୍ଚୟ ଚାହିଁଥିବେ । ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍‌ର ଅଧ୍ୟକ୍ଷଙ୍କର ଦିନକୁ ଦିନ ସମ୍ପତ୍ତିରେ ବୃଦ୍ଧି ହେବାରେ ଲାଗିଛି । ଶୁକ୍ରବାର ସେ ତାଙ୍କ ସମ୍ପତ୍ତିରେ ୩.୭ ବିଲିୟନ୍‌ ଡଲାର ଯୋଡ଼ିଛନ୍ତି । ଟାଇକୋନ୍‌ ରିଅଲ୍‌ ଫାର୍ମର ସେୟାରରେ ବୃଦ୍ଧି ହୋଇଥିବାରୁ ତାଙ୍କ ସମ୍ପତ୍ତି ବଢ଼ିଛି ।

ବ୍ଲୁମ୍‌ବର୍ଗ ବିଲେନେୟାର ଇଣ୍ଡେକ୍ସରେ ଏସିଆର ରିଚେଷ୍ଟ ବା ଧନୀଶାଳୀ ବ୍ୟକ୍ତି ଭାବେ ୯୨.୬ ବିଲିୟନ୍‌ ଡଲାର ରହିଥିଲା । ଫ୍ରେଞ୍ଚ କୋସମେଟିକ ତାଇକୋନ ଫ୍ରାନ୍‌କୋଇଜ୍‌ ବେଟନକେର୍ଟ ମେୟରର ମୂଲ୍ୟ ବୃଦ୍ଧି ହେବା କାରଣରୁ ତାଙ୍କର ୯୨.୯ ବିଲିୟନ୍‌ ଡଲାରରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରଡକ୍ସନ କରିବା ନେଇ ଘୋଷଣା କରିଥିଲା । ଯାହାକୁ ନେଇ ନିବେଶକ ମହଲରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଅମ୍ୱାନୀଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥିଲା ।

ବର୍ତ୍ତମାନ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍‌ରେ ମୁକେଶଙ୍କ ପରିବାର ସେୟାର ଅଧିକ ରହିଛି । ତେଣୁ ଏହାର ପରିଚାଳନା ମଧ୍ୟ ଏହି ପାରିବାର ହାତରେ ରହିଛି । ତାଙ୍କର ମୁମ୍ୱାଇରେ ଥିବା ବିଶ୍ୱର ସବୁଠାରୁ ବଡ଼ ତେଲ ରିଫାଇନାରୀ କମ୍ପାନୀ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ । ଗତ ଶୁକ୍ରବାର ତାଙ୍କର ସେୟାର ୪.୧ ପ୍ରତିଶତ ବୃଦ୍ଧି ପାଇଥିଲା ।

ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବା ସହିତ କମ୍ପାନୀର ଏମ୍‌କ୍ୟାପ୍‌ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ସମାପ୍ତ ହେବା ବେଳକୁ ୧୫,୧୪,୦୧୭.୫୦କୋଟିରେ ପହଞ୍ଚିଥିବା ଦେଖାଯାଇଥିଲା । କମ୍ପାନୀର ସେୟାର ୪.୧୨ ପ୍ରତିଶତ ବୃଦ୍ଧି ହୋଇ ୨,୩୮୮.୨୫ ପ୍ରତି ସୟାରରେ ପହଞ୍ଚିଥିଲା ।

କାରବାର ସମୟରେ ରିଲାଏନ୍ସର ସେୟାର ୪.୩୮ ପ୍ରତିଶତ ବଢ଼ି ୨,୩୯୪.୩୦ ପ୍ରତି ଇକ୍ୱିଟିରେ ପହଞ୍ଚିଥିଲା । ବଜାର ମୂଲ୍ୟାଙ୍କନ ହିସାବରେ ସବୁଠାରୁ ବଡ଼ କମ୍ପାନୀର ସେୟାର ସେନ୍‌ସେକ୍ସର ସେୟାର ମଧ୍ୟରେ ସର୍ବାଧିକ ଲାଭରେ ରହିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ଚଳିତ ବର୍ଷ ଜୁନ୍‌ରେ ୧୪ ଲକ୍ଷ କୋଟି ଟଙ୍କା ପାର କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.