Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁକେଶ ଅମ୍ବାନୀଙ୍କ ୧୪,୦୦୦ କୋଟି ଟଙ୍କିଆ ଘରେ ଗଣେଶ ପୂଜା , ଦେଖନ୍ତୁ ଫଟୋ ଭିଡିଓ

4/09/2019 at 8:12 PM

ମୁମ୍ବଇ- ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେଉଛନ୍ତି । ମୁକେଶ ଅମ୍ବାନୀ । ତାଙ୍କର ବିଶାଲ ଅଟ୍ଟାଳିକା ଆଣ୍ଟା ଲିଆକୁ ତିଆରି କରିବା ପାଇଁ ୧ ବିଲିଅନ୍‌ରୁ ୨ ବିଲିଅନ୍‌ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିଲା । ସେହି ସମୟରେ ଏକ ଆମେରିକୀୟ ଡଲାର ୬୦ ଟଙ୍କା ଥିଲା । ଏବେ ଏକ ଆମେରିକୀୟ ଡଲାର ୭୨ ଟଙ୍କା ଅଛି । ଏବେ ଆଣ୍ଟାଲିଆର ମୂଲ୍ୟ ୧୪ହଜାର କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଉଛି ।

ଗଣେଶ ପୂଜା ପାଇଁ ଆଣ୍ଟାଲିଆକୁ ନବ ବଧୂ ପରି ସଜ୍ଜା ଯାଇଥିଲା ।ଏଥିରେ ବିବାହ ପରେ ପ୍ରଥମ ଥର ପାଇଁ ମୁକେଶଙ୍କ ବୋହୁ ଶ୍ଲୋକା ମେହେଟ୍ଟା ବି ସାମିଲ ହୋଇଥିଲେ । ସ୍ୱସ୍ତିକ ଓ ଓଁ ଚିହ୍ନରେ ପୁରା ଘରକୁ ସଜ୍ଜା ଯାଇଥିଲା ।

ମୁକେଶଙ୍କ ଜୋଇଁ ତଥା ଇଶା ଅମ୍ବାନୀଙ୍କର ପତି ଆନନ୍ଦ ପିରାମଲ୍‌ ବି ଏଥିରେ ସାମିଲ ହୋଇଥିଲେ । ଏହାକୁ ଏକ ବଡ ଧରଣର ଉତ୍ସବ ଭାବେ ଅମ୍ବାନୀ ପରିବାର ପାଳନ କରିଥିଲେ ।

ଦେଖନ୍ତୁ ଭିଡିଓ ———–

   Related Posts