Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

AGMରେ ମୁକେଶ ଅମ୍ବାନୀଙ୍କ ଘୋଷଣା-ମହାମାରୀ ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରଦର୍ଶନ ଉଲ୍ଲେଖନୀୟ, ବୋର୍ଡରେ ସାମିଲ ହେଲେ ଆରାମକୋ ଚେୟାରମ୍ୟାନ୍

24/06/2021 at 4:24 PM

ମୁମ୍ବାଇ ୨୪।୬: ଦେଶର ସର୍ବ ବୃହତ୍ତ ଘରୋଇ ମାଲିକାନାଧି କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଗୁରୁବାର ୪୪ତମ ବାର୍ଷିକ ସାଧାରଣ ସଭା(ଏଜିଏମ) ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏଜିଏମକୁ ସମ୍ବୋଧିତ କରିଥିବା ବେଳେ  ୩୧ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀ ମହାମାରୀ ସତ୍ତ୍ୱେ ଆଶାଠୁ ଅଧିକ ପ୍ରଦର୍ଶନ କରିଥିବା କହିଛନ୍ତି। ଏହି ଅବସରରେ ସେ ସାଉଦୀ ଆରାମକୋର ଅଧ୍ୟକ୍ଷ ତଥା ସାଉଦୀ ଆରବ ପବ୍ଲିକ୍ ୱେଲଥ ଫଣ୍ଡର ଗଭର୍ଣ୍ଣର ୟାସିର ଅଲ ରୁମାୟନଙ୍କୁ ରିଲାଏନ୍ସ ବୋର୍ଡରେ ସ୍ୱାଗତ କରିଛନ୍ତି।

ମୁକେଶ ଅମ୍ବାନୀ ଏଜିଏମରେ ବହୁ ପ୍ରତିକ୍ଷିତ ଜିଓ ଗୁଗଲ ଫୋନକୁ ଉନ୍ମୋଚନ କରିଛନ୍ତି। ଏହି ଫୋନକୁ ଜିଓ ନେକ୍ସଟ ନାମକରଣ କରାଯାଇଥିବା ବେଳେ ଆଗାମୀ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୦ ତାରିଖରେ ବିକ୍ରି ଲାଗି ବଜାରରେ ଉପଲବ୍ଧ କରାଯିବ ବୋଲି ଘୋଷଣା କରିଛନ୍ତି। ରିଲାଏନ୍ସ ଏହାକୁ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ ବୋଲି କହୁଥିବା ବେଳେ ଏଥିରେ ଲାଙ୍ଗୁଏଜ୍ ଓ ଟ୍ରାନ୍ସଲେସନ ଫିଚର ସହ କ୍ୟାମେରା ବି ଥିବା କହିଛି।

ମୁକେଶ ଅମ୍ବାନୀ ସେୟାରହୋଲ୍ଡରମାନଙ୍କୁ ସମ୍ବୋଧିତ କରି କମ୍ପାନୀ ୨୦୨୦-୨୧ରେ ୫.୪୦ଲକ୍ଷ କୋଟି ଟଙ୍କା ରାଜସ୍ୱ ଆୟ କରିଥିବା ସୂଚିତ କରିଛନ୍ତି। ଏଥିରୁ କମ୍ପାନୀ ୫୩ ହଜାର କୋଟି ଟଙ୍କାରୁ ଅଧିକ ଲାଭ କରିଥିବା କହିଛନ୍ତି। ଦେଶରେ କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ଏହା ସତ୍ତ୍ୱେ କମ୍ପାନୀ ଏହାର ସେୟାରଧାରକଙ୍କୁ ସର୍ବାଧିକ ଲାଭାଂଶ ଦେଇଥିବା ଅମ୍ବାନୀ ସୂଚିତ କରିଛନ୍ତି। ମହାମାରୀ କାଳରେ କମ୍ପାନୀ ୭୫ ହଜାର ନୂତନ ନିଯୁକ୍ତି ସୃଷ୍ଟି କରିପାରିଛି। ଏହା ଛଡା ଆର୍ଥିକ ବର୍ଷରେ କମ୍ପାନୀ ୩.୨୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିବାରେ ମଧ୍ୟ ସକ୍ଷମ ହୋଇଛି।

କରୋନା ଭାଇରସକୁ ମୁକେଶ ଶତାବ୍ଦୀ ସବୁଠୁ ଭୀଷଣ ମହାମାରୀ ବୋଲି କହିଛନ୍ତି। ଖାସ ଏଥିଯୋଗୁ ଲଗାତାର ଦ୍ୱିତୀୟ ବର୍ଷ ଆମେ ସାମ୍ନାସାମ୍ନି ହୋଇ ପାରିନେ ବୋଲି ମୁକେଶ ଅଗଣିତ ସେୟାର ହୋଲ୍ଡର, ପୃଷ୍ଠ ପୋଷକ ଓ କମ୍ପାନୀ ସଦସ୍ୟଙ୍କୁ କହିଥିଲେ।  ରିଲାଏନ୍ସର କୌଣସି ଜଣେ ବି ସଦସ୍ୟଙ୍କ କଷ୍ଟକୁ  କମ୍ପାନୀ ନିଜର କଷ୍ଟ ବୁଝିଥାଏ ବୋଲି ମୁକେଶ କହିଛନ୍ତି। ଏହି ଅବସରରେ ନୀତା ଅମ୍ବାନୀ ମହାମାରୀ କାଳରେ କମ୍ପାନୀ ପକ୍ଷରୁ କରାଯାଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟର ସୂଚନା ଦେଇଥିଲେ।

ମୁକେଶ ଅମ୍ବାନୀ ୨୦୨୧ରେ ରିଲାଏନ୍ସ ନୂଆ ଏନର୍ଜୀ ବିଜନେସ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୧୫ ବର୍ଷରେ ରିଲାଏନ୍ସ କାର୍ବନ ମୁକ୍ତ କମ୍ପାନୀରେ ପରିଣତ ହେବାକୁ ଲକ୍ଷ ଧାର୍ଯ୍ୟ କରିଛି। ରିନ୍ୟୁଏବଲ ଏନର୍ଜୀରେ ରିଲାଏନ୍ସ ୬୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ତେବେ କମ୍ପାନୀ ୨୦୩୦ ସୁଧା କମ୍ପାନୀ ଗ୍ରୀନ ଏନର୍ଜୀ ଲକ୍ଷ ହାସଲ କରିପାରିବ ବୋଲି ସେ ଆଶାପୋଷଣ କରିଛନ୍ତି।

   Related Posts