ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ସାମ୍ରାଜ୍ୟ ଗଠନ ଲକ୍ଷ୍ୟରେ ଏସିଆର ସବୁଠୁ ଧନୀ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ, ୨୧|୦୫: ରିଲିଆନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ ବିଶ୍ୱସ୍ତରୀୟ କମ୍ପାନୀ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଯଦି ସେ ତାଙ୍କ ରଣନୀତି ଠିକ ଭାବେ ଚଲାନ୍ତି ତେବେ ଜିଓ ଗୁଗୁଲ, ଆମାଜନ, ଆଲିବାବା ଭଳି କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱୀତା କରିବ ।

ଜିଓ ପ୍ଲାଟଫର୍ମରେ ବିଭିନ୍ନ ଆପ୍ ଉପଲବ୍ଧ ଅଛି । ଏହାସହ ଅନଲାଇନ୍ ଗ୍ରୋସରୀ ଓ ଭିଡିଓ ଷ୍ଟ୍ରିମିଂ ଭଳି ଜିଓ ପ୍ଲାଟଫର୍ମ ରହିଛି । ଯାହା ୩୩୮ ମିଲିୟନ ଜିଓ ଉପଭୋକ୍ତାଙ୍କ ମନୋରଞ୍ଜନ କରୁଛି ।  ଏବେ ଏସିଆର ଏହି ଧନୀ ଜଣଙ୍କ ନିଜର ସ୍ୱପ୍ନକୁ ଆହୁରି ବଢାଇ ଦେଇଛନ୍ତି । ନିକଟରେ ଫେସବୁକ ମଧ୍ୟ ଜିଓରେ ନିବେଶ କରିବ ବୋଲି ଚୁକ୍ତି କରିସାରିଛି । ଅମ୍ବାନୀ ଜିଓ ପ୍ଲାଟଫର୍ମକୁ କେବଳ କେବଳ ଟେଲିକମ୍ କମ୍ପାନୀ ନୁହେଁ ବରଂ ଆହୁରି ବିସ୍ତାର କରିବେ ବୋଲି ଭାବୁଛନ୍ତି । କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଆନାଲିଷ୍ଟ ତରୁଣ ପଠକଙ୍କ ଅନୁଯାୟୀ, ଏହି ଲକ୍ଷ୍ୟ ହେଉଛି ପ୍ରତ୍ୟେକଭାରତୀୟଙ୍କ ପାଇଁ କିଛି କରିବା ଓ ଦେଶର କୋଟି କୋଟି ଇଣ୍ଟରନେଟ ଗ୍ରାହକଙ୍କ ପାଇଁ ଏକ ଅପରିହାର୍ଯ୍ୟ ପ୍ଲାଟଫର୍ମ ନିର୍ମାଣ କରିବା।

ଅମ୍ବାନୀଙ୍କ ନେତୃତ୍ୱରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ଭଲ କାରବାର କରୁଛି । ଏପରିକି ତୈଳ ଓ ଶକ୍ତି କ୍ଷେତ୍ରରେ ମଧ୍ୟ କମ୍ପାନୀ ଭାଲ ଲାଭ କରିଛି । କମ୍ପାନୀକୁ ଆହୁରି ବିସ୍ତାର କରିବା ପାଇଁ ଅମ୍ବାନୀଙ୍କୁ ସିଲିକନ୍ ଭାଲି ଉପରେ କାରବାର କରିବାକୁ ହେବ । ତେବେ ଫେସବୁକ ସହ ହୋଇଥିବା ୫.୭ ବିଲିୟନର ଚୁକ୍ତି ଦ୍ୱାରା ଏହା ସହଜ ହୋଇଯିବ । ଫେସବୁକ ସହ ଚୁକ୍ତି ପରେ ମଧ୍ୟ ଉଭୟ କମ୍ପାନୀ ଦେଶରେ ନିଜସ୍ୱ ମେସେଜିଂ ଆପ୍ ଜାରି ରଖିବେ ।

ପ୍ରଥମ ପର୍ଯ୍ୟାୟରେ ରିଲିଆନ୍ସ ଅନଲାଇନ୍ ଗ୍ରୋସରୀ ସପିଙ୍ଗ୍ ଉପରେ ବେଶୀ ଫୋକସ କରିବ । ଦେଶର ରିଟେଲ ମାର୍କେଟର ଗ୍ରୋସରୀର ଭାଗ ପ୍ରାୟ ୭୦ ପ୍ରତିଶତ । ବିଶେଷଜ୍ଞଙ୍କ କହିବାନୁସାରେ,  ପେଟ୍ରୋଲିୟମ ଏବଂ ବାଣିଜ୍ୟ କମ୍ପାନୀରୁ ସଫ୍ଟୱେୟାର କମ୍ପାନୀକୁ ସ୍ଥାନାନ୍ତରିତ ହେବା ପାଇଁ ରିଲିଆନ୍ସ ଟେକ୍ନୋଲୋଜିର ମଧ୍ୟ ଆବଶ୍ୟକତା ରହିଛି। ମହାମାରୀ କରୋନା ଏବେ ବ୍ୟବସାୟକୁ ମାନ୍ଦା କରିଦେଇଛି। ପରିବହନ, ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ତୀବ୍ର ହ୍ରାସ ହେତୁ ତୈଳ ଚାହିଦା ହ୍ରାସ ପାଇଛି।ନିବେଶକମାନେ ୱେଚ୍‌ର ଭାରତୀୟ ସଂସ୍କରଣ ପାଇଁ ଏବଂ କେତେ ଶହ କୋଟି କୋଟି ଡଲାରର ସମ୍ଭାବନା ଦେଖିଛନ୍ତି ବୋଲି କହିଛନ୍ତି ପିଚ୍‌ବୁକ୍‌ର ଫର୍ନିହୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.