ମୁକେଶ ଅମ୍ବାନୀଙ୍କ ନିଆରା କାର: ସବୁ ପ୍ରକାର ପରିସ୍ଥିତିର କରିପାରେ ସାମ୍ନା, ଡ୍ରାଇଭରଙ୍କ ଦରମା ବର୍ଷକୁ ୨୪ ଲକ୍ଷ

Published By : Prameya-News7 Bureau | July 17, 2019 IST

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଡିଜିଟାଲର ମାଲିକ ହେବା ସହ ନିଜ ବ୍ୟବସାୟ ଜରିଆରେ ସମଗ୍ର ବିଶ୍ବରେ ପ୍ରସିଦ୍ଧ ହୋଇପାରିଛନ୍ତି। ଯେତେବେଳେ ମଣିଷ ପାଖରେ ସଫଳତା ଓ ଟଙ୍କା ଥାଏ, ସେତେବେଳେ ତାକୁ ସୁରକ୍ଷା ମଧ୍ୟ ଦରକାର ହୋଇଥାଏ। ତେବେ ମୁକେଶ ଅମ୍ବାନୀଙ୍କ ଗାଡି ମଧ୍ୟ ତାଙ୍କ ସୁରକ୍ଷା କରେ।

ମୁକେଶଙ୍କ ପାଖରେ ଅନେକ ସୁନ୍ଦର ଓ ଦାମି ଗାଡି ଅଛି। ହେଲେ ସବୁ ଗାଡି ମଧ୍ୟରୁ ବିଏମଡବ୍ଲୁ 760 ଏଲଆଇ ତାଙ୍କର ସବୁଠୁ ସୁରକ୍ଷିତ ଗାଡି ବୋଲି କୁହାଯାଏ। ଅଧିକାଂଶ ସମୟରେ ମୁକେଶ ତାଙ୍କ ବିଏମଡବ୍ଲୁ 760 ଏଲଆଇରେ ଯାତ୍ରା କରନ୍ତି। ସ୍ପୋର୍ଟସ୍‌ କାର ବିଏମଡବ୍ଲୁ 760 ଏଲଆଇର ମୂଲ୍ୟ ହେଉଛି ୧.୯ କୋଟି ଟଙ୍କା।

ଅମ୍ବାନୀଙ୍କ ଜେଡ୍‌ କ୍ୟାଟେଗରୀ ସିକ୍ୟୁରିଟି ହିସାବରେ ବିଏମଡବ୍ଲୁ ଏଥିରେ ପରିବର୍ତ୍ତନ କରିଛି। ଆର୍ମଡ୍‌ କାରର ଇମ୍ପୋର୍ଟ ଡ୍ୟୁଟିରେ ୩୦୦ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ। ତେଣୁ ଏହି କାରର ମୂଲ୍ୟ ୮.୫ କୋଟି ଟଙ୍କା । ବିଏମଡବ୍ଲୁ 760 ଏଲଆଇର ପ୍ରତି ୱିଣ୍ଡୋ ବୁଲେଟ୍‌ ପ୍ରୁଫ।

ଏହି କାରକୁ ଲ୍ୟାଣ୍ଡ ମାଇନ୍ସ ପାଇଁ ମଧ୍ୟ ଟେଷ୍ଟ କରାଯାଇସାରିଛି, ଯେଉଁଥିରେ ଏହି ଗାଡି ସଫଳ ହୋଇଛି। ଏହା ବ୍ୟତୀତ ଏହି କାରରେ ଆର୍ମି ଗ୍ରେଡ୍‌, ହେଣ୍ଡ ଗ୍ରେଡ ଓ ୧୭ କିଲୋ ଯାଏଁ ହାଇ ଇଣ୍ଟେନସିଟି TNT ବ୍ଲାଷ୍ଟର କୌଣସି ପ୍ରଭାବ ପଡିବ ନାହିଁ। ବିଏମଡବ୍ଲୁ 760 ଏଲଆଇର ଫୁଏଲ ଟ୍ୟାଙ୍କ ସେଲ୍ଫ ସିଲିଂ କେୱଲରରୁ ତିଆରି କରାଯାଇଛି ଯେଉଁଥିପାଇଁ ଏଥିରେ ନିଆଁ ଲାଗେ ନାହିଁ ତେଣୁ ଗାଡିରେ ଥିବା ଲୋକେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥାନ୍ତି।

ଏହି ଗାଡିରେ ଡବଲ ଲେୟାର ଲେସ ଟାୟର୍ସ ଲାଗିଛି ଯାହା ବୁଲେଟ ଆଟାକ୍‌ର କୌଣସି ପ୍ରଭାବ ପକାଏ ନାହିଁ। ଏହି ଗାଡି ଚଳାଉଥିବା ଡ୍ରାଇଭରଙ୍କୁ  ଅମ୍ବାନୀ ବାର୍ଷିକ ୨୪ ଲକ୍ଷ ଟଙ୍କା ଦରମା ଦିଅନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.