Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସୋସାଲ ମିଡିଆରେ ଭାଇରାଲ ହେଉଛି ଉଦ୍ୟୋଗପତିଙ୍କ ପୁଅ ବାହାଘର ନିମନ୍ତ୍ରଣ ପତ୍ର, ଜାଣନ୍ତୁ ମୂଲ୍ୟ କେତେ

6/10/2019 at 7:11 PM

ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣପତ୍ର ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି। ଅତିଥିଙ୍କ ଆମନ୍ତ୍ରଣ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଏହି ନିମନ୍ତ୍ରଣପତ୍ରର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ତେବେ ଖବରର ସତ୍ୟାସତ୍ୟ ଅନୁଧ୍ୟାନ ବେଳେ ଏହା ଏକ ଗୁଜବ ବୋଲି ଜଣାପଡିଛି। ହେଲେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ନିମନ୍ତ୍ରଣପତ୍ରଟି କିନ୍ତୁ ମିଛ ନୁହେଁ।  ହେଲେ କାହାର  ପୁଅ ବାହାଘର ଲାଗି ଏତେ ଦାମୀ ନିମନ୍ତ୍ରଣପତ୍ର ପ୍ରସ୍ତୁତ ହୋଇଛି ତାହା ଏବେ ସମସ୍ତଙ୍କ ଲାଗି ପାଲଟିଛି ଲକ୍ଷେଟଙ୍କାର ପ୍ରଶ୍ନ।

ହୁଏତ ଏହି ବିବାହ ନିମନ୍ତ୍ରଣପତ୍ର ଦେଶର ସର୍ବବୃହତ୍ତ ଉଦ୍ୟୋଗପତିଙ୍କ ପୁଅ ବାହାଘର ନିମନ୍ତ୍ରଣ ପତ୍ର ନୁହେଁ ତଥାପି ଏହା ଖୁବ୍ ମହଙ୍ଗା । କାଜୁ ଓ ମେୱା ସହ ଏହି ନିମନ୍ତ୍ରଣପତ୍ରକୁ ବଣ୍ଟା ଯାଉଥିବା ବେଳେ ଏଥିରେ ସୁନା କାମବି ହୋଇଛି। ଗୋଟିଏ ଗୋଟିଏ ନିମନ୍ତ୍ରଣପତ୍ରର ମୂଲ୍ୟ ଦେଢଲକ୍ଷଟଙ୍କା ହୋଇ ନଥିଲେବି ୧ଲକ୍ଷ ୩୦ ହଜାର ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଇଛି। ଏତିକି ମୂଲ୍ୟରେ କେହି ବି ଆଇଫୋନ-ଏକ୍ସ କ୍ରୟ କରିପାରନ୍ତି।

ତେବେ ନିମନ୍ତ୍ରଣପତ୍ରଟିକୁ ଜୁମ କରି ଦେଖିବା ବେଳେ ବଂସଲ ବୋଲି କେହି ବ୍ୟବସାୟୀ ପରିବାରର ବୋଲି ଜଣାପଡୁଛି। ହେଲେ ପ୍ରଥମେ ପ୍ରଥମେ ଏହା ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣପତ୍ର ବୋଲି ଚର୍ଚ୍ଚା ହେଉଥିଲା।

   Related Posts