Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ପୁଣିଥରେ ବାଦ ପଡିଲେ ମୁକେଶ ଅମ୍ବାନୀ

23/11/2020 at 4:42 PM

ନୂଆଦିଲ୍ଲୀ ୨୩/୧୧ : ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟବସାୟୀ କାଲିକାରୁ ପୁଣି ବାଦ ପଡିଛନ୍ତି ଏସିଆର ସବୁଠାରୁ ଧନୀ ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ସୂଚନା ଅନୁସାରେ ମୁକେଶ ଅମ୍ବାନୀ ଶନିବାର ଦିନ ବିଶ୍ବର ଧନୀ ତାଲିକାର ୧୨ ନଂ ସ୍ଥାନକୁ ଖସିଆସିଥିଲେ । କିନ୍ତୁ ଆଜି ପୁଣି ଥରେ ସେ ନବମ ସ୍ଥାନକୁ ଉଠିଥିଲେ ସୁଦ୍ଧା ତାହା ବେଶି ସମୟ ରହିନଥିଲା । ଫୋବର୍ସ ରିୟଲ ଟାଇମ ବିଲନିୟର ଇଣ୍ଡେକ୍ସ୍ ମୁତାବିକ ମୁକେଶ ଅମ୍ବାନୀଙ୍କର ବାର୍ଷିକ ଆୟ ୭୪.୫ବିଲିୟନ ଡଲାର ସହିତ ଏବେ ବିଶ୍ବ ଧନୀ ତାଲିକାର ୧୧ ତମ ସ୍ଥାନରେ ଅଛନ୍ତି ।

ଏବେ ବିଶ୍ବର ସବୁଠାରୁ ଧନୀ ଅଛନ୍ତି ଆମାଜନ ମାଲିକ ଜେଫ ବେଜୋସ । ଫୋବର୍ସ ଲିଷ୍ଟ ଅନୂଯାୟୀ ତାଙ୍କର ବାର୍ଷିକ ଆୟ ବର୍ତ୍ତମାନ ୧୮୧.୪ ବିଲିୟନ ଡଲାର ରହିଛି । ତାଲିକାର ୧୦ମ ସ୍ଥାନରେ ଅଛନ୍ତି ସର୍ଗୀ ବ୍ରିନ୍ । ୯ମ ସ୍ଥାନରେ ଲେରୀ ଏଲିସନ, ୭ମ ସ୍ଥାନରେ ଲେରୀ ପେଜ୍ ଅଛନ୍ତି । ସେହିପରି ତାଲିକାର ୬ଷ୍ଠ ସ୍ଥାନରେ ବୋରି ବଫେଟ, ଫେସବୁକ ସିଇଓ ମାର୍କ ଜୁକରବର୍ଗ ୫ମ ସ୍ଥାନରେ ଅଛନ୍ତି । ତେବେ ତାଲିକାର ଦ୍ବିତୀୟ ସ୍ଥାନରେ ବର୍ଣ୍ଣାଡ ଆଣ୍ଡ ଫ୍ୟାମିଲି, ତୃତୀୟରେ ମାଇକ୍ରୋସଫ୍ଟ ମାଲିକ ବିଲ ଗେଟସ୍ ଅଛନ୍ତି । ଟପ-୧୦ ଲିଷ୍ଟରେ ବିଶେଷକରି ଆମେରିକାର ବ୍ୟବସାୟୀ ମାନେ ଅଛନ୍ତି । ଷ୍ଟକ ମାକେର୍ଟରେ ଅଚାନକ ବୃଦ୍ଧି ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟିଜର ଷ୍ଟକ ୩.୩୧ ପ୍ରତିଶତ ବୃଦ୍ଧି ପାଇଥିଲା ଯାହା ଫଳରେ ଅମ୍ପାନୀଙ୍କ ସମ୍ପତ୍ତି ଆଜି ୨.୫ ବିଲିୟନ ଡଲାର ବୃଦ୍ଧି ପାଇଛି ।

ଅଗଷ୍ଟ ୮ ତାରିଖରେ ବୁଲମର୍ଗ୍ ବିଲେନିୟର୍ସ ଇଣ୍ଡେକ୍ସରେ ମୁକେଶ ଅମ୍ବାନୀ ବିଶ୍ବ ଦନୀ ତାଲିକାରେ ୪ର୍ଥ ସ୍ଥାନକୁ ଉଠିଆସିଥିଲେ । ସେହିପରି ଜୁଲାଇ ୧୪ରେ ୬ଷ୍ଠ ସ୍ଥାନ ଏବଂ ଜୁଲାଇ ୨୩ରେ ଧନୀ ତାଲିକାର ପଞ୍ଚମ ସ୍ଥାନରେ ଥିଲେ ମୁକେଶ ଅମ୍ବାନୀ । ତେବେ ଧନୀ ତାଲିକାରୁ ମୁକେଶଙ୍କ ଖସିବାର କାରଣ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ହ୍ରାସ । ଫୋବର୍ସ ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ୍ ଜରିଆରେ ପ୍ରତିଦିନ ପବ୍ଲିକ ହୋଲ୍ଡିରେ ହେଉଥିବା ବୃଦ୍ଧି ଓ ହ୍ରାସ ବାବଦରେ ସୂଚନା ମିଳିଥାଏ । ପ୍ରତି ପାଞ୍ଚ ମିନିଟରେ ଥରେ ଲେଖାଏଁ ଲହି ଇଣ୍ଡେକ୍ସ ଅପଡେଟ୍ ହୁଏ ।

   Related Posts